କନକ ବ୍ୟୁରୋ: ବାଲେଶ୍ୱର ବାହାନଗାରେ ଭୟଙ୍କର ଟ୍ରେନ ଦୁର୍ଘଟଣାରେ ୨୭୮ ଜଣଙ୍କ ମୃତ୍ୟୁ ହେବା ପରେ ରେଳ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତିି କେନ୍ଦ୍ର ସରକାର । ସିଗନାଲିଂ ସିଷ୍ଟମ ଫେଲ ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି । କିନ୍ତୁ କେଉଁ ପରିସ୍ଥିତିରେ କାହା ଭୁଲ ଯୋଗୁ ସିଗନାଲ ଭୁଲ ଯାଇଥିଲା ତାହା ଉପରେ ସିବିଆଇ ତଦନ୍ତ ଚଳାଇଛି । ଏପରି ସ୍ଥିତିରେ ସିନଗାଲିଂ ସିଷ୍ଟମକୁ ସରକ୍ଷିତ ରଖିବାକୁ ରେଳ ବିଭାଗ ଗୁରୁତ୍ୱ ଦେଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସିଗନାଲିଂ ସିଷ୍ଟମ ବ୍ୟବସ୍ଥା ଥିବା କ୍ୟାବିନର’ ଡବଲ ଲକିଂ’ର ବ୍ୟବସ୍ଥା କରିବାକୁ ରେଲୱେ ନିଷ୍ପତି ନେଇଛି । ଲେବୁଲ କ୍ରସିଂ ନିକଟରେ ଅବା ରେଳ ଷ୍ଟେସନରେ ନିକଟରେ ରହିଥାଏ ସିଗନାଲିଂ ସିଷ୍ଟମ କ୍ୟାବିନ ।
କ’ଣ ଏହି ‘ଡବଲ ଲକିଂ’ର ବ୍ୟବସ୍ଥା?
ସିଗନାଲିଂ ସିଷ୍ଟମ କ୍ୟାବିନର ସୁରକ୍ଷା ପାଇଁ ‘ଡବଲ ଲକିଂ’ର ବ୍ୟବସ୍ଥା କରାଯାଇଛି
ଦୁଇ ଜଣ ବ୍ୟକ୍ତିଙ୍କ ଉପସ୍ଥିିତିରେ ଏହି ଘରର ତାଲା ଖୋଲାଯିବ
ଘର ଖୋଲିବା ସମୟରେ ଷ୍ଟେସନ ମାଷ୍ଟର ଏବଂ ସିଗନାଲିଂ ଷ୍ଟାଫ୍ ରହିବେ
ଷ୍ଟେସନ ମାଷ୍ଟର ଏବଂ ସିଗନାଲିଂ ଷ୍ଟାଫ୍ ଏକାକି ଚାହିଁଲେ ଏହି ଘର ଖୋଲିପାରିବେ ନାହିଁ
କାରଣ ଉଭୟଙ୍କ ପାଖରେ ଗୋଟିଏ ଲେଖାଏଁ ଚାବିକାଠି ରହିବ
ଏହାଦ୍ୱାରା ସିଗନାଲିଂ ଯନ୍ତ୍ରପାତି ସିଷ୍ଟମରେ ହେରଫେର କରିବା କଷ୍ଟକର ହେବ
ସିଗନାଲିଂ ସିଷ୍ଟମ କ୍ୟାବିନ ରେଳ ଚଳାଚଳରେ ପ୍ରମୁଖ ଭୂମିକା ନେଇଥାଏ । ଏହିଠାରୁ ଟ୍ରେନ ଯାତାୟତ ପାଇଁ ସିଗନାଲିଂ ଦିଆଯାଇଥାଏ । ଇଂଟରଲକିଂ ସିଷ୍ଟମ ମଧ୍ୟ ଏହି ଘରୁ କାର୍ଯ୍ୟକାରୀ ହୋଇଥାଏ । ଯଦି ଏହି ଘରେ ପଶି କିଏ ସିଗନାଲିଂ ସିଷ୍ଟମ ଅବା ଇଂଟରଲକିଂ ସିଷ୍ଟମରେ କିଛି ପରିବର୍ତନ କରେ ତେବେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେବା ସ୍ୱଭାବିକ୍ । ତେଣୁ ଏହାର ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । କ୍ୟାବିନ ଖୋଲିବା ପାଇଁ ଷ୍ଟେସନ ମାଷ୍ଟର ଏବଂ ସିଗନାଲିଂ ଷ୍ଟାଫଙ୍କ ଉପସ୍ଥିତ ଜରୁରୀ କରାଯାଇଛି । ଏଥିସହ ଏହାକୁ ଖୋଲିବା ଏବଂ ବନ୍ଦକରିବା ବେଳେ ଉପରିସ୍ଥ ଅଧିକାରୀଙ୍କ ମୋବାଇଲକୁ ଆଲର୍ଟ ମେସେଜ ଯିବାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରେଳ ବିଭାଗର ସବୁ ଜୋନର ଜେଲେରାଲ ମ୍ୟାନେଜରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରେଲୱ ବୋର୍ଡର ସୁରକ୍ଷା ନିର୍ଦ୍ଦେଶକ ତେଜ ପ୍ରକାଶ ଅଗ୍ରୱାଲ ।