ଗଭୀର ଅବପାତର ରୂପ ନେଲା ଲଘୁଚାପ । ଶନିବାର ସକାଳେ ବାଂଲାଦେଶ ଉପକୂଳ ମୋଙ୍ଗଲା ଓ ଖେପୁପରା ମଧ୍ୟରେ କରିବ ଅତିକ୍ରମ, ପ୍ରଭାବରେ ଆଜି ୬ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ।
କନକ ବ୍ୟୁରୋ: ଗଭୀର ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏବେ ଏହା ନିଜ ଗତିପଥ ବଦଳାଇ ଉତର-ଉତର ପୂର୍ବ ଦିଗରେ ଆଗକୁ ବଢିବ । ୧୮ ତାରିଖ ସକାଳ ସୁଦ୍ଧା ବାଂଲାଦେଶ ଉପକୂଳର ମୋଙ୍ଗଲା ଓ ଖେପୁପରା ମଧ୍ୟରେ ଅତିକ୍ରମ କରିବ । ପ୍ରଭାବରେ ପୁରୀ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଗଞ୍ଜାମ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ସେହିପରି ବାଲେଶ୍ୱର, ଯାଜପୁର, ଗଜପତି, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହୋଇପାରେ । ମାଲକାନଗିରି, କୋରାପୁଟ, ବୌଦ୍ଧ, ଅନୁଗୁଳ, କଳାହାଣ୍ଡି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତା କାଲି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।