ଟ୍ରେନରେ ବିସ୍ଫୋରଣ! ଉଡିଲା ସାଧାରଣ ବଗି ଟଏଲେଟର ଛାତ, ବିସ୍ଫୋରଣର କାରଣ ଅସ୍ପଷ୍ଟ

Advertisment
ଟ୍ରେନରେ ବିସ୍ଫୋରଣ! ଉଡିଲା ସାଧାରଣ ବଗି ଟଏଲେଟର ଛାତ, ବିସ୍ଫୋରଣର କାରଣ ଅସ୍ପଷ୍ଟ

କନକ ବ୍ୟୁରୋ : ଉତ୍ତରପ୍ରଦେଶ କାନପୁରର ଏକ ଟ୍ରେନରେ ବିସ୍ଫୋରଣ ହୋଇଛି । କାନପୁର-ଭିୱାନୀ କାଳନ୍ଦୀ ଏକ୍ସପ୍ରେସରେ ଏହି ବିସ୍ପୋରଣ ହୋଇଛି । ଏକ୍ସପ୍ରେସ ଟ୍ରେନର ସାଧାରଣ ବଗିର ଟଏଲେଟର ଏହି ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ବଗିଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ କୌଣସି ଯାତ୍ରୀ କିମ୍ବା ସାଧାରଣ ଲୋକ ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।


ସୂଚନା ଅନୁଯାୟୀ, କାନପୁର-ଭିୱାନୀ କାଳନ୍ଦୀ ଏକ୍ସପ୍ରେସରେ ଆଜି ସନ୍ଧ୍ୟା ୭ଟା ୧୦ ମିନିଟରେ ଏକ ଛୋଟ ଧରଣର ବିସ୍ଫୋରଣ ହୋଇଛି । ଯେଉଁଥିରେ ଟ୍ରେନର ଟଏଲେଟର ଛାତ ଉଡିଯାଇଛି । ଫଳରେ ଘଟଣାସ୍ଥଳରେ ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ବିସ୍ଫୋରଣର କାରଣ ଜଣାପଡିନଥିବା ବେଳେ ଉତ୍ତର ପ୍ରଦେଶ ପୋଲିସ ପ୍ରଶାସନ କିନ୍ତୁ ସଜାଗ ହୋଇ ଉଠିଛି । କାରଣ ଏହା ପୂର୍ବରୁ ଜମ୍ମୁ-କାଶ୍ମୀରରେ ଯେଉଁଭଳି ସେନା ଗାଡିକୁ ଆତ୍ମଘାତୀ ବିସ୍ଫୋରଣ କରି ଟାର୍ଗେଟ କରାଗଲା ତେଣୁ ଏହାପରେ ପୂରା ସର୍ତକ ହୋଇଉଠିଛନ୍ତି ବିଭିନ୍ନ ରାଜ୍ୟର ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe