ମନ୍ଦିର ହୁଣ୍ଡିରୁ ମିଳିଲା ପୁଳାପୁଳା ଟଙ୍କା। କୋରାପୁଟ ଅଗ୍ନିଗଙ୍ଗା ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଚାଲିଛି ଟଙ୍କା ଗଣା ।

ମନ୍ଦିର ହୁଣ୍ଡିରୁ ମିଳିଲା ପୁଳାପୁଳା ଟଙ୍କା। କୋରାପୁଟ ଅଗ୍ନିଗଙ୍ଗା ମା’ଙ୍କ ମନ୍ଦିର ପ୍ରାଙ୍ଗଣରେ ଚାଲିଛି ଟଙ୍କା ଗଣା ।

କନକ ବ୍ୟୁରୋ; ହୁଣ୍ଡିରୁ ବହାରିଲା ପୁଳାପୁଳା ଟଙ୍କା । ଟଙ୍କା ଗଣିବାକୁ ଲାଗିଛନ୍ତି ପାଖାପାଖି ୫୦ରୁ ଅଧିକ ଲୋକ । ଜଗିଛନ୍ତି ପ୍ରଶାସନ ଅଧିକାରୀ ଓ ମନ୍ଦିର କମିଟି । ମାଆଙ୍କ ଯାତ୍ରା ସମୟରେ ହୁଣ୍ଡିରେ ଦାନ କରିଥିଲେ ଭକ୍ତ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଳା ବନ୍ଧୁଗାଁ ବ୍ଳକର ଅଗ୍ନି ଗଙ୍ଗା ମାଆଙ୍କ ମନ୍ଦିର ପ୍ରାଙ୍ଗଣରେ । ବର୍ଷକୁ ଥରେ ମା’ ପୀଠରେ ଏହି ଯାତ୍ରା ଚାଲିଥାଏ । ୪ ଦିନ ଧରି ଚାଲିଥିବା ଏହି ଯାତ୍ରା ୧୫ ତାରିଖରେ ଶେଷ ହୋଇଛି । ଏହି ଯାତ୍ରାରେ ଜିଲ୍ଳା ତଥା ରାଜ୍ୟ ବାହାରୁ ବହୁ ଭକ୍ତ ସାମିଲ ହୁଅନ୍ତି । କରୋନା କଟକଣା ରହିଥିବାରୁ ଏହା ଗୋଟିଏ ପ୍ରକାର ସୀମିତ ଥିଲା । ଚଳିତ ବର୍ଷ ଅତି ଧୁମଧାମରେ ପାଳିତ ହୋଇଛି । ହୁଣ୍ଡିରୁ କେତେ ଟଙ୍କା ବାହାରୁଛି, ଟଙ୍କା ଗଣିବା କେତେ ସମୟ ଲାଗିବ ତାହା ଟଙ୍କା ଗଦାକୁ ଦେଖିଲେ ଆକଳନ କରିହେଉନାହିଁ । ଆଦାୟ ଟଙ୍କାକୁ ମନ୍ଦିର କାମରେ ଲଗାଯିବ ବୋଲି ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe