କନକ ବ୍ୟୁରୋ : ରାଜକୁନ୍ଦ୍ରା ଅଶ୍ଳିଳ ସିନେମା ମାମଲାରେ ଶିଳ୍ପା ସେଟ୍ଟୀଙ୍କୁ କ୍ଲିନ୍ ଚିଟ୍ ଦେଲା ମୁମ୍ବାଇ ପୁଲିସ । ରାଜ କୁନ୍ଦ୍ରା ଅଶ୍ଳିଳ ସିନେମା ପ୍ରସ୍ତୁତ କରିବା ମାମଲାରେ ଶିଳ୍ପା ସେଟ୍ଟୀଙ୍କ କୌଣସି ସକ୍ରୀୟ ଭୂମିକା ଥିବା ନେଇ ପ୍ରମାଣ ମିଳିନଥିବା କହିଛି ମୁମ୍ବାଇ ପୋଲିସ । ମୁମ୍ବାଇ ପୋଲିସର ଯୁଗ୍ମ ପୋଲିସ କମିଶନର ମିଲିନ୍ଦ ଭରମ୍ବେ କହିଛନ୍ତି ଯେ, ରାଜକୁନ୍ଦ୍ରା ଅଶ୍ଳିଳ ସିନେମା ନିର୍ମାଣ କରି ଆପ ଜରିଆରେ ତାକୁ ରିଲିଜ କରିବା ମାମଲରେ ଶିଳ୍ପା ସେଟ୍ଟୀଙ୍କ କୌଣସି ସମ୍ପୃକ୍ତି ଥିବା ନେଇ ପ୍ରମାଣ ମିଳିନଥିବା କହିଛନ୍ତି । ତେବେ ଏନେଇ ଅଧିକ ଯାଂଚ ଜାରି ରହିଥିବା ସୂଚନା ଦେଇଛନ୍ତି ।

Advertisment

ତେବେ ଏହି ମାମଲାରେ ପୀଡିତାମାନେ ଆଗକୁ ଆସି ଅଭିଯୋଗ କଲେ ଅଧିକରୁ ଅଧିକ ତଥ୍ୟ ସାମ୍ନାକୁ ଆସିବ ଏବଂ ଯାଂଚରେ ସହାୟତା ମିଳିବ ବୋଲି ମୁମ୍ବାଇ ପୋଲିସ କହିଛି । ମୁମ୍ବାଇ କ୍ରାଇମବ୍ରାଂଚ ରାଜକୁନ୍ଦ୍ରାଙ୍କୁ ସୋମବାର ରାତିରେ ଗିରଫ କରିଛି । ତାଙ୍କ ନାଁରେ ଅଶ୍ଳିଳ ଫିଲ୍ମ ପ୍ରସ୍ତୁତ କରୁଥିବା ଏବଂ ତାକୁ କିଛି ଆପ୍ ଜରିଆରେ ରିଲିଜ୍ କରିବାର ସଙ୍ଗୀନ ଅଭିଯୋଗ ଲାଗିଛି । ଘଟଣାରେ ରାଜ କୁନ୍ଦ୍ରାଙ୍କ ବିରୋଧରେ କ୍ରାଇମବ୍ରାଂଚ ପାଖରେ ରହିଛି ପର୍ଯ୍ୟାପ୍ତ ପ୍ରମାଣ । କେବଳ ସେତିକି ନୁହେଁ ଅଶ୍ଳୀଳ ସିନେମା ପ୍ରସ୍ତୁତ କରିବା ପଛରେ ରାଜ କୁନ୍ଦ୍ରା ମୁଖ୍ୟ କାର୍ପଟଦାର ଥିବା ପୋଲିସ କହିଛି ।

ସୁଚନା ଅନୁସାରେ ରାଜ ଏକ ହ୍ୱାଟସ ଆପ୍ ଗ୍ରୁପ୍ କରିଥିଲେ । ଏହି ଗୃପରେ ଅଶ୍ଳିଳ ସିନେମା ବିଷୟରେ ଆଲୋଚନା କରାଯାଉଥିଲା । ତେବେ ରାଜକୁନ୍ଦ୍ରାଙ୍କୁ ମଙ୍ଗଳବାର କୋର୍ଟରେ ହାଜର କରାଯାଇଛି । କୋର୍ଟ ଶୁଣାଣୀ କରି ରାଜକୁନ୍ଦ୍ରାଙ୍କୁ ୩ ଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି ।