କୋଭିଡ୍ ଟୀକା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ପ୍ରସ୍ତୁତ । ରାଜ୍ୟରେ ୮୯ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ତଥ୍ୟ ସଂଗ୍ରହ

134

କନକ ବ୍ୟୁରୋ : ଟିକାକରଣ ଲାଗି କେନ୍ଦ୍ର ସରକାର ମାଗିଥିବା ଆଗଧାଡ଼ିର ‌କରୋନା ଯୋଦ୍ଧାଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରୁଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି ଯେ, କେରାନା ଟିକା ପାଇଁ ଏଯାବତ୍‌ ୯୮ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି କର୍ମୀ ତଥ୍ୟ ଦେଇସାରିଛନ୍ତି। ରାଜ୍ୟର ୩୬୭୮ଟି ସରକାରୀ ଓ ଘରୋଇ ସ୍ୱାସ୍ଥ୍ୟ ସଂସ୍ଥାକୁ ତଥ୍ୟ ମଗାଯାଇଥିଲା। ଏଥିରୁ ୩୪୬୩ଟି ସଂସ୍ଥା ସେମାନଙ୍କ କର୍ମଚାରୀଙ୍କ ବାବଦରେ ତଥ୍ୟ ଦେଇଛନ୍ତି।

ଶ୍ରୀ ମହାପାତ୍ର ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ମୋଟ ୩ ଲକ୍ଷ ୨୭୦୮ ଲୋକଙ୍କ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଅକ୍ଟୋବର ୩୧ ତାରିଖ ସୁଦ୍ଧା ୨ ଲକ୍ଷ ୯୫ ହଜାର ୩୪୯ ଜଣଙ୍କ ତଥ୍ୟ ମିଳିସାରିଛି। ମୋଟ୍‌ ଉପରେ କହିବାକୁ ଗଲେ ୯୪ ପ୍ରତିଶତ ସଂସ୍ଥା ଓ ୯୮ ପ୍ରତିଶତ ବ୍ୟକ୍ତିଙ୍କ ତଥ୍ୟ ହାସଲ ହୋଇସାରିଛି।