ମଝି ଆକାଶରେ ବଞ୍ଚିଲା ଜୀବନ। ବେଙ୍ଗାଳୁରୁରୁ ଦିଲ୍ଲୀ ଭିସ୍ତାରା ବିମାନରେ ୨ ବର୍ଷର ଶିଶୁର ବନ୍ଦ ହୋଇଗଲା ନିଶ୍ୱାସ

236

କନକ ବ୍ୟୁରୋ: ମଝି ଆକାଶରେ ବଞ୍ଚିିଲା ଶିଶୁର ଜୀବନ । ବେଙ୍ଗାଳୁରୁରୁ ଦିଲ୍ଲୀକୁ ଉଡାଣ ଭରିଥିଲା ଭିସ୍ତାରା ବିମାନ । ବିମାନ ଉଡାଣ ଭରିବାର କିଛି ସମୟ ମଧ୍ୟରେ ୨ ବର୍ଷର ଶିଶୁଟିର ଜୀବନ ବିପଦରେ ପଡ଼ିଯାଇଥିଲା । ମଝି ଆକାଶରେ ଶିଶୁର ନିଶ୍ୱାସ ବନ୍ଦ ହୋଇଯାଇଥିଲା । ବିମାନ କର୍ମଚାରୀ ଏନେଇ ଜରୁରୀ ଘୋଷଣା କରିଥିଲେ । ନାଗପୁରକୁ ବିମାନର ଦିଗ ପରିବର୍ତନ କରାଯାଇଥିଲା । ଏହା ପରେ ବିମାନରେ ଥିବା ଦିଲ୍ଲୀ ଏମସରେ ୫ ଜଣ ଡାକ୍ତର ଦେବଦୂତ ପରି ପହଞ୍ଚି ଯାଇଥିଲେ । ଆରମ୍ଭ କରିଦେଇଥିଲେ ଚିକିତ୍ସା ।

ପାଖାପାଖି ୪୫ ମିନିଟ୍ ଧରି ୫ ଜଣ ଡାକ୍ତର ଶିଶୁର ଚିକିତ୍ସା କରିଥିଲେ । ଫଳରେ ଶିଶୁଟିର ଜୀବନ ବଞ୍ଚିଯାଇଛି । ଏମ୍ସ ପକ୍ଷରୁ ଶିଶୁ ଓ ଡାକ୍ତରଙ୍କ ଫଟୋ ସେୟାର କରାଯାଇଛି । ଏଥିରେ କୁହାଯାଇଛି, ଏମ୍ସ ପରିବାର ସବୁବେଳେ ଉପଲବ୍ଧ । ଶିଶୁଟିର ସ୍ୱାସ୍ଥ୍ୟାବସ୍ଥା ଏବେ ଠିକ୍ ଥିବା ଜଣାପଡ଼ିଛି ।