କନକ ବ୍ୟୁରୋ : ତୃଣମୂଳ କଂଗ୍ରେସର ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସମେତ ଅନ୍ୟ ବିରୋଧୀଦଳ ନେତାଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ମମତା ଲେଖିଛନ୍ତି କି ବିଜେପି ଯେଭଳି ଭାବେ ଲୋକତନ୍ତ୍ର ଉପରେ ଆକ୍ରମଣ କରିଚାଲିଛି ଏହା ବିରୋଧରେ ସଂଘର୍ଷ କରିବାର ସମୟ ଉପନିତ ହୋଇଛି । ମମତା ଏହି ଚିଠି ଏଭଳି ସମୟରେ ଲେଖିଛନ୍ତି ଯେତେବେଳେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଚାଲିଛି । ସୁନ୍ଦର ଶବ୍ଦରେ ୭ ପୃଷ୍ଟା ବିଶିଷ୍ଟ ଏହି ଚିଠିରେ ଆହୁରି ଲେଖାଯାଇଛି କି ସମୟ ଆସିଛି ଲୋକତନ୍ତ୍ର ବିରୋଧୀ ବିଜେପି କୁ ଶାସନ କ୍ଷମତାରୁ ହଟାଇବାକୁ । ଏହା କରିବାକୁ ହେଲେ ସମସ୍ତ ବିରୋଧୀଦଳ ମାନଙ୍କୁ ଏକାଠି ହୋଇ ସଂଘର୍ଷ କରିବାକୁ ପଡିବ । ଯାହାଦ୍ୱାରା ଲୋକତନ୍ତ୍ର ଓ ସମ୍ବିଧାନକୁ ରକ୍ଷା କରାଯାଇପାରିବା ସହ ଲୋକମାନଙ୍କ ସାମ୍ନାରେ ଏକ ଶକ୍ତ ଓ ବିଶ୍ୱସନୀୟ ବିକଳ୍ପ ଠିଆ କରାଯାଇପାରିବ ।

Advertisment

କହିରଖୁ କି ଏବେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହୋଇ ସାରିଛି ଓ ଆସନ୍ତା କାଲି ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । କାଲି ହେବାକୁ ଥିବା ନିର୍ବାଚନରେ ମମତା ବାନାର୍ଜୀ ପ୍ରାର୍ଥୀ ହୋଇଥିବା ନନ୍ଦୀଗ୍ରାମ ବିଧାନସଭା କ୍ଷେତ୍ରରୁ ଭୋଟ ଗ୍ରହଣ ହେବ । ଏଠାରେ ମମତାଙ୍କୁ କଡା ଟକ୍କର ଦେଉଛନ୍ତି କିଛିଦିନ ତଳେ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ତଥା ବର୍ତ୍ତମାନର ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ । ଏଭଳି ସମୟରେ ମମତାଙ୍କର ଏଭଳି ଚିଠି ତାଙ୍କ ପରାଜୟର ଭୟକୁ ପଦାରେ ପକାଇଛି ବୋଲି ବିଜେପି କହିଛି ।