କନକ ବ୍ୟୁରୋ : ଶେଷ ବଲରେ ଶାହାରୁଖ ଖାନଙ୍କ ବିଶାଳ ଛକା । ଲଗାତାର ଦ୍ୱିତୀୟ ଥର ଚାମ୍ପିୟନ ହେଲା ତାମିଲନାଡୁ । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଫାଇନାଲ ମୁକାବିଲାରେ କିଛି ଏଭଳି ଦେଖିବାକୁ ମିଳିଛି । ଶେଷ ବଲରେ ଶାହାରୁଖଙ୍କ ବ୍ୟାଟରୁ ବାହାରିଥିବା ଛକା ତାମିଲନାଡୁକୁ ଚାମ୍ପିୟନ କରିଛି । ଦିଲ୍ଲୀରେ ଖେଳାଯାଇଥିବା ଏହି ରୋମାଞ୍ଚକର ମୁକାବିଲାରେ ଶାହାରୁଖଙ୍କ ଧୂଆଁଧାର ବ୍ୟାଟିଂ ଫଳରେ ୪ ୱିକେଟରେ ବିଜୟ ହାସଲ କରିବା ସହ ଟାଇଟଲ ଉଠାଇଛି ତାମିଲନାଡୁ । ମାତ୍ର ୧୫ ବଲରୁ ୩ଟି ଛକା ସହ ୩୩ ରନର ବିସ୍ଫୋରକ ଇନିଂସ ଖେଳି ଦଳକୁ ଅବିଶ୍ୱସନୀୟ ବିଜୟ ଭେଟି ଦେଇଛନ୍ତି ଶାହାରୁଖ ।
The things went right down to the wire but Tamil Nadu held their nerve to clinch the #SyedMushtaqAliT20 title. 🏆 👏 #TNvKAR
Watch the highlights of that thriller of a #Final 🎥 🔽https://t.co/nn5bqGmN0ppic.twitter.com/uXPlHe3ecu
— BCCI Domestic (@BCCIdomestic) November 22, 2021
ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ଖେଳାଯାଇଥିବା ଏହି ଫାଇନାଲ ମୁକାବିଲାରେ ଫଳାଫଳ କଣ ହେବ ତାହାର ଅନ୍ଦାଜ କେହି ଲଗାଇ ପାରିନଥିଲେ । କ୍ରିକେଟ ଅନିଶ୍ଚିନ୍ତତାର ଖେଳ, ଏହା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଫାଇନାଲ ମୁକାବିଲାରେ ଦେଖିବାକୁ ମିଳିଥିଲା । ଫାଇନାଲ ମୁକାବିଲାର ଫଳାଫଳ କେତେବେଳେ କର୍ଣ୍ଣାଟକ ଆଡକୁ ଢଳୁଥିଲା ତ ପୁଣି କେତେବେଳେ ତାମିଲନାଡୁ ସପକ୍ଷରେ । କିଛି ଏଭଳି ଖେଳ ଶେଷ ବଲ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା । ୧୫୨ ରନର ବିଜୟଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ତାମିଲନାଡୁକୁ ଶେଷ ଓଭରରେ ବିଜୟ ପାଇଁ ୧୬ ରନର ଆବଶ୍ୟକ ଥିଲା । ତେବେ ଓଭର ଆରମ୍ଭରୁ ଏକ ଚୌକା ହେବା ସହ ତାମିଲନାଡୁ ଉପରୁ ଚାପ କମିଥିଲା । ଏହାପରେ ଲଗାତାର ୧ ଓ ୨ ରନ ଲେଖାଏଁ ନେବା ସହ ଶେଷ ବଲରେ ବିଜୟ ପାଇଁ ୫ ରନର ଆବଶ୍ୟକ ଥିଲା । ଆଉ ଶେଷ ବଲରେ ହିଁ ବିଶାଳକାୟ ଛକା ମାରି ଶାହାରୁଖ ଦଳର ସୁପରଷ୍ଟାର ପାଲଟି ଯାଇଥିଲେ ।
WHAT. A. FINISH! 👌 👌
A last-ball SIX from @shahrukh_35 does the trick! 💪 💪
Tamil Nadu hold their nerve & beat the spirited Karnataka side by 4 wickets to seal the title-clinching victory. 👏 👏 #TNvKAR#SyedMushtaqAliT20#Final
Scorecard ▶️ https://t.co/RfCtkN0bjqpic.twitter.com/G2agPC795B
— BCCI Domestic (@BCCIdomestic) November 22, 2021
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତାମିଲନାଡୁର ଏହା ୩ୟ ଟାଇଟଲ । ଏହାପୂର୍ବରୁ ୨୦୦୬-୦୭ରେ ତାମିଲନାଡୁ ଚାମ୍ପିୟନ ହୋଇଥିଲା । ଏହାସହ ଗତ ୩ଟି ସିଜିନରେ ତାମିଲନାଡୁ ଫାଇନାଲ ଟିକେଟ ହାତେଇଛି ।ତେବେ ୨୦୧୯-୨୦ରେ ତାମିଲନାଡୁକୁ ମାତ୍ ଦେଇ କର୍ଣ୍ଣାଟକ ଚାମ୍ପିୟନ ହୋଇଥିବା ବେଳେ ଗତ ସିଜିନରେ ବରୋଦାକୁ ହରାଇ ତାମିଲନାଡୁ ଚାମ୍ପିୟନ ହୋଇଥିଲା ।