ଚିତ୍ର ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ନିଆରା କଳାକୃତି: ପେନ ଷ୍ଟୋର୍କରେ ତିଆରି କଲେ ବୁଦ୍ଧଙ୍କ ବିଶାଳ ଚିତ୍ର

87

କନକ ବ୍ୟୁରୋ: ପେନ ଷ୍ଟୋର୍କରେ ବୃଦ୍ଧଙ୍କ ବିଶାଳ ଚିତ୍ର । ଏଭଳି ଏକ ଚିତ୍ର ଆଙ୍କିଛନ୍ତି ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ଏହି ଚିତ୍ରର ଲମ୍ବ ୨୦ ଫୁଟ ରହିଥିବା ବେଳେ ଉଚ୍ଚତା ୮ ଫୁଟ ରହିଛି । ଓଡିଶାର ବୌଦ୍ଧ କିର୍ତ୍ତୀକୁ ନି ଜ ପେନ ଷ୍ଟୋର୍କ ମାଧ୍ୟମରେ ଦର୍ଶାଇଛନ୍ତି ଗଜେନ୍ଦ୍ର ସାହୁ । ଏହି ଚିତ୍ରରେ ଏଥିରେ ବୁଦ୍ଧଙ୍କ ଶୟନ ମୁଦ୍ରାଠୁ ଆରମ୍ଭ କରି ଅଭୟ ମୁଦ୍ରାକୁ ସେ ସ୍ଥାନ ଦେଇଛନ୍ତି ।

କେବଳ କଲମ ଓ କାଳିରେ ସେ ଏହି ଚିତ୍ର ଆଙ୍କିଛନ୍ତି । ପେନରେ ଛୋଟ ଛୋଟ ଷ୍ଟୋର୍କ ଦେଇ ସେ ଅତି ନିଖୁଣ ଭାବେ ଏହି ଚିତ୍ର ଆଙ୍କିଛନ୍ତି । ପେନ ଷ୍ଟୋର୍କ ମାଧ୍ୟମରେ ଏତେ ବଡ ଚିତ୍ର ଭରତରେ କେବେ କେହି କରିନଥିବା ସେ ଦାବି କରିଛନ୍ତି । ଏହି ଚିତ୍ର ଆଙ୍କିବାକୁ ତାଙ୍କୁ ୧୫୦ ଦିନରୁ ଅଧିକ ସମୟ ଲାଗିଥିବା ସେ ପ୍ରକାଶ କରିଛନ୍ତି ।

ଏନେଇ ସେ କହିଛନ୍ତି, ମୋ ଦେହ ଖରାପ ଥିବାରୁ ଏହାକୁ ମୁଁ ପୂରା କରିପାରିନଥିଲି । ଏବେ ଚେଷ୍ଟା କରୁଛି ଏହାକୁ ପୂରା କରିବାକୁ । ଦିଲ୍ଲୀର ଭିଜୁଆର ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଦୁଇ ବର୍ଷ ତଳୁ ବୁକିଂ ହୋଇଯାଇଛି । ହେଲେ କୋଭିଡ ଯୋଗୁଁ ଦର୍ଶକ ଆସୁନାହାନ୍ତି ବୋଲି ଏବେ ଏହାକୁ ପ୍ରଦର୍ଶିତ କରିନାହୁଁ । ମନ ଭିତରେ ସାହାସ ହେଉଛି ମୋ ଚିତ୍ର କରିବାର ପ୍ରେରଣା ବୋଲି ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ କହିଛନ୍ତି ।

ଯୁବ ପୀଢି ରାତାରାତି ବଡ ବଡ କାନଭାସ କରିଦେଉଛନ୍ତି । ହେଲେ ଏମିତି ଚିତ୍ର କେହି କରୁନାହାନ୍ତି । ଓଡିଶାରେ ବି କେହି କରୁନାହାନ୍ତି । ନିହାତି ଭାବେ ଏହା ନୂଅତନ ଅଧ୍ୟାୟ ସୃଷ୍ଟି କରିବ ବୋଲି କହିଛନ୍ତି ଗଜେନ୍ଦ୍ର ସାହୁ । ସେହିପରି ଏଭଳି ଏକ ବଡ ଚିତ୍ର ପୂର୍ବରୁ ମଧ୍ୟ ଗଜେନ୍ଦ୍ର ତିଆରି କରି ପ୍ରଦର୍ଶିତ କରିସାରିଛନ୍ତି ବୋଲି ତାଙ୍କର ଜେଣେ ଛାତ୍ର କହିଛନ୍ତି ।