କନକ ବ୍ୟୁରୋ: ବଲାଙ୍ଗୀର କୃଷକ ମହାସଂଘ ପକ୍ଷରୁ ଚାଷୀଙ୍କ ମହାସମାବେଶ । କୃଷକ ମହାସଂଘ ପକ୍ଷରୁ ଟିଟିଲାଗଡ ରେଳଷ୍ଟେସନରେ କରାଯାଇଛି ଏହି ବିକ୍ଷୋଭ । ଫସଲ ବୀମା ଦାବି ନେଇ ଏକାଠି ହୋଇଛନ୍ତି ଶହଶହ ଚାଷୀ । ଷ୍ଟେସନ ଭିତରକୁ ଧସେଇ ପଶିଥିବା ବେଳେ ଉଭୟ ପୁଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । ସକାଳୁ ରେଳରାକ କରିବା ସହିତ ଚାଷୀମାନେ ରେଳ ଧାରଣାରେ ବସିରହିଥିଲେ । ସବୁ ସୁରକ୍ଷା ବଳୟ ଭେଦ କରିବା ସହିତ ବ୍ୟାରିକେଡ ଭାଙ୍ଗି ଭିତରକୁ ପଶିଥିଲେ ଚାଷୀ ମାନେ । ବିକ୍ଷୋଭ ଓ ଧସ୍ତାଧସ୍ତି ଭିତରେ ରେଳ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।
କେବଳ ବଲାଙ୍ଗୀରରେ ନୁହେଁ ରାୟପୁର, ବିଶାଖାପାଟଣା ଷ୍ଟେସନରେ ମଧ୍ୟ ଏହି ବିକ୍ଷୋଭ କରିଛନ୍ତି ଚାଷୀ । ଖୁବଶୀଘ୍ର ଫସଲ ବୀମା ରାଶି ପ୍ରଦାନ କରିବାକୁ ଦାବି କରିଥିଲେ । ତା ସହିତ ବୀମା ରାଶି ପ୍ରଦାନ କରୁଥିବା କମ୍ପାନୀ ମାଲିକଙ୍କୁ ଗିରଫ କରାଯାଉ ବୋଲି ନାରାବାଜି ଦେଇଛିି କୃଷକ ସଂଘ । ଚାଷୀ ମାରଣନୀତି ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ଚାଷୀମାନେ । ଖୁବଶୀଘ୍ର ଏହି ସମସ୍ତ ଦାବି ପୂରଣ କରାନଗଲେ ଆଗକୁ ଜୋରଦାର ଆନ୍ଦାଳନ ହେବାର ଚେତାବନୀ ଦିଆଯାଇଛି ।
Follow Us