ଯବାନଙ୍କ ଉପରୁ ଟଳିଗଲା ବଡ ବିପଦ : ପଣ୍ଡ ହେଲା ମାଓବାଦୀଙ୍କ ଚାଲ୍ : ରାସ୍ତା କଡରେ ଖଞ୍ଜା ହୋଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ 

438

କନକ ବ୍ୟୁରୋ : ଯବାନଙ୍କ ଉପରୁ ଟଳିଲା ବଡ ଧରଣର ବିପଦ । ପଣ୍ଡ ହେଲା ମାଓବାଦୀଙ୍କ ଚାଲ୍ । ରାସ୍ତାକଡରେ ଯବାନଙ୍କ ପାଇଁ ମୃତ୍ୟୁର ଯନ୍ତା ଖଞ୍ଜିି ଥିଲା ଲାଲବାହୀନି । ଆଖି ପିଛୁଳାକେ ଘଟି ଯାଇଥାନ୍ତା ବଡ ଦୁର୍ଘଟଣା । ଯବାନଙ୍କ ସତର୍କତା ଯୋଗୁଁ ଟଳିଗଲା ବଡ ବିପଦ ।

ମାଲକାନଗିରି ସୀମାକୁ ଲାଗି ରହିଥିବା ସୁକମା ଜିଲ୍ଲାରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ସୁକମା ଜିଲ୍ଲା କୋଂଟା ଥାନା ମୁରଲିଗୁଡା ରାସ୍ତା କଡରେ ୫କେଜି ଓଜନର ଏକ ଲ୍ୟାଣ୍ଡମାଇନ ଖଞ୍ଜ ଥିଲେ ମାଓବାଦୀ । ତେବେ ଯବାନଙ୍କ ସତର୍କତା ଯୋଗୁଁ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିବା ପୂର୍ବରୁ ଠାବ କରାଯାଇ ଏହାକୁ ନଷ୍ଟ କରିଦିଆଯାଇଛି । ୨୧୮ବାଟାଲିୟନର ଯବାନ ମାନେ ପ୍ରତିଦିନ ଏହି ମୁରଳିଗୁଡା ରାସ୍ତା ଦେଇ ଯାତାୟତ କରନ୍ତି । ଆଉ ଯବାନଙ୍କୁ ଟାର୍ଗେଟ କରି ମୃତ୍ୟୁର ଫାଶ ପକାଇଥିଲେ ଲାଲବାହୀନି ।

ପୂର୍ବରୁ ମଧ୍ୟ ଅନେକଥର ସୁକୁମା ଅଞ୍ଚଳରେ ମାଓବାଦୀ ଓ ଯବାନ ମୁହାଁମୁହିଁ ହୋଇଛନ୍ତି । ଗତ ମାର୍ଚ୍ଚ ୨୧ରେ ସୁକୁମାରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ୧୭ ଜଣ ଯବାନ ସହିଦ ହୋଇଥିଲେ । ଏହାସହ ଯବାନମାନଙ୍କ ଅସ୍ତ୍ରଶସ୍ତ୍ର ଲୁଟି ନେଇଥିଲେ ମାଓବାଦୀ । ତେବେ ଏହି ଘଟଣାରେ ମାଓବାଦୀ ମାନେ ଉତ୍ସବ ମନାଉଥିବା ବେଳେ ଭିଡିଓ ମଧ୍ୟ କରିଥିଲେ ।