ଜୟପୁର ଟାଉନ ଥାନାରେ ପତ୍ନୀ ଆଣିଲେ ଅଭିଯୋଗ । କହିଲେ, ମୋ ସ୍ୱାମୀଙ୍କ ଅଛନ୍ତିି ୨୦ଜଣ ପତ୍ନୀ

881

କନକ ବ୍ୟୁରୋ : ଜୟପୁର ଟାଉନ ଥାନାରେ ଏକ ଏଭଳି ଅଭିଯୋଗ ଆସିଛି, ଯାହା ପୁଲିସ କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଜଣେ ମହିଳା ଥାନାରେ ଅଭିଯୋଗ କରି କହିଛନ୍ତି, ତାଙ୍କ ସ୍ୱାମୀଙ୍କ ୨୦ ଜଣ ସ୍ତ୍ରୀ ଅଛନ୍ତି । ଅନ୍ୟର ପତ୍ନୀକୁ ଘରକୁ ଆଣି ସ୍ୱାମୀ ତାଙ୍କୁ ଘରୁ ବାହାର କରିଦେଇଛି । ଜୟପୁର ଟାଉନ ଥାନାରେ ଏଭିଳି ଅଭିଯୋଗ ଆଣି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତ ମହିଳା । ଅଭିଯୋଗ ପରେ ଏହି ମାମଲା ସମାଧାନ କରିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡୁଛି ।

ମହିଳାଙ୍କ ସ୍ୱାମୀ ବିବାହିତ ହୋଇ ମଧ୍ୟ ଏକାଧିକ ଯୁବତୀଙ୍କୁ ନିଜ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗ କରିଛନ୍ତି ଜୟପୁର ସହରର ସଂଯୁକ୍ତ ପାତ୍ର ନାମକ ମହିଳା । କେବେଳ ସ୍ୱାମୀଙ୍କ ନାମରେ ନୁହେଁ ଶ୍ୱଶୂରଙ୍କ ନାମରେ ମଧ୍ୟ ସଂଙ୍ଗୀନ ଅଭିଯୋଗ ଆଣିଛନ୍ତି ସଂଯୁକ୍ତା । କହିଛନ୍ତି ତାଙ୍କ ଶ୍ୱଶୂର ଜଣେ ମହାନ ଠକ ଓ ଜାଲନୋଟ କାରବାରର ମାଷ୍ଟର ମାଇଣ୍ଡ ବୋଲି ମହିଳା ଅଭିଯୋଗ କରିଛନ୍ତି । ପ୍ରଭାତ ଚେଟ୍ଟୀ ନାମକ ଏହି ବ୍ୟକ୍ତି ବିରୋଧରେ କାଯ ର୍୍ୟାନୁଷ୍ଠାନ ଦାବିରେ ସଂଯୁକ୍ତା ପାତ୍ର, ତାଙ୍କ ଝିଅ ଆଶିଆନ ଚେଟ୍ଟୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।