ଆଜିକାଲି ଆମେ ପ୍ରତିଦିନ ନାଗ ନାଗୁଣୀର କାହାଣୀ ଶୁଣୁଛୁ । ଆଜିର ସମୟରେ ନାଗକନ୍ୟା ଏବଂ ନାଗଲୋକ ଭଳି କଥା କୈାଣସି ପରୀ କାହାଣୀଠୁ କମ ନୁହେଁ । ଏହାସତ୍ୱେ ଗୋଟିଏ ସପ୍ତାହ ପୂର୍ବରୁ ଛତିଶଗଡ଼ର ଜଣେ ନାବାଳିକା ନିଜକୁ ନାଗକନ୍ୟା ଜଣାଇ ନାଗକୁ କଥିତ ରୂପେ ବିବାହ କରିବାକୁ ଦାବି କରିଥିଲେ ।
ସୋଶିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚିତ ହେଲେ ଏହି ଯୁବତୀ । ସୂରଜପୁର ଜିଲ୍ଲାର କସକେଲା ଗ୍ରାମରେ ରହୁଥିବା ନାବାଳିକା ଛାତ୍ରୀ ଅନୀତା ପାଖାପାଖି ଏକ ସପ୍ତାହ ପୂର୍ବେ ଇଚ୍ଛାଧାରୀ ସାପକୁ ବାହା ହେବା ପାଇଁ ଦାବି କରିଥିଲେ । ସେ କହିଥିଲେ କି ନାଗପଂଚମୀ ଦିନରେ ନିଜ ସ୍ୱାମୀ ଅର୍ଥାତ ନାଗଲୋକ ଯିବେ ।
ଏହି ଡ୍ରମାକୁ ଦେଖିବା ପାଇଁ ହଜାର ହଜାର ଲୋକ କସକେଲା ଗାଁକୁ ପହଂଚିଲେ । ଗାଁର ମନ୍ଦିର ନିକଟରେ ନାବାଳିକାକୁ ବସାଇ ଦିଆଗଲା । ଶ୍ରଦ୍ଧାଳୁମାନେ ଝିଅର ପୂଜାର୍ଚ୍ଚନା କରିବାକୁ ଲାଗିଲେ । କେବଳ ଏତିକି ନୁହେଁ ସକାଳଠୁ ଲାଗି ରହିଥିବା ଡ୍ରାମା ଦ୍ୱିପହର ପର୍ଯ୍ୟନ୍ତ ଚାଲିଲା ଏବଂ ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଅଫିସର ଓ ଯବାନଙ୍କୁ ମୁତୟନ କରିବାକୁ ପଡିଲା । ପୁଲିସ ନାବାଳିକାକୁ ସୁରକ୍ଷିତ ସ୍ଥାନରେ ରଖିଥିଲା । ଏମିତିରେ ସେ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଲା । ପୁଲିସ ଭିଡକୁ ନିୟନ୍ତ୍ରଣ କରି ଝିଅକୁ ବାହାରକୁ ଆଣିଲେ ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଇଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/maxresdefault-12.jpg)
/kanak/media/post_attachments/wp-content/uploads/2018/04/fb29546b2d151fada67e4ff453d12478-300x300.jpg)
/kanak/media/post_attachments/wp-content/uploads/2018/04/hqdefault-300x225.jpg)