ମାଲକାନଗିରିର ଜଙ୍ଗଲ ବୟ : ପେଶା ଇଂଜିନିୟର, ନିଶା ଜଙ୍ଗଲରେ ରହିବା; ମଂଚା କରି ରହୁଛନ୍ତି ଗଛ ଉପରେ, ଧରୁଛନ୍ତି ସାପ ବେଙ୍ଗ 

 ପାହାଡ ପାହାଡ ବୁଲି ଜଙ୍ଗଲି ଜୀବଜନ୍ତୁଙ୍କ ଉପରେ କରୁଛନ୍ତି ଅନୁସନ୍ଧାନ

278

କନକ ବ୍ୟୁରୋ : ପେଶା ଇଂଜିନିୟର ଆଉ ନିଶା ଜଙ୍ଗଲ ବୟ । ମେନ୍ ଭର୍ସେସ ୱାଇଲ୍ଡ କାର୍ଯ୍ୟକ୍ରମରେ ବ୍ରିଟିଶ ଅଭିନେତା ବିୟର ଗ୍ରିଲ୍ସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଭଲ ଚାକିରି କୁ ହାତ ଛଡା କରି ଏବେ ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି ମାଲକାନଗିରି ଏମଭି ୭୯ ଗାଁ ର ଯୁବ ମେକାନିକାଲ ଇଂଜିନିୟର ରାଜେଶ କୁମାର ମଣ୍ଡଳ । କେତେ ବେଳେ ପାହାଡ ଉପରେ ୩ ଦିନ ଧରି ରାତ୍ରୀ ଯାପନ ତ ଆଉ କେତେ ବେଳେ ପାହାଡରୁ ପାହାଡ ବନ୍ୟ ଜନ୍ତୁ ଙ୍କ ଅନୁସନ୍ଧାନ ।

ଆଉ ନଇ ନାଳ ରେ ବୁଲି ସାପ, ବେଙ୍ଗ ଧରିବା ସତେ ଯେମିତି ରାଜେଶଙ୍କ ନିଶା ପାଲଟି ଯାଇଛି । ଟେଲିଭିଜନ ଚ୍ୟାନେଲଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମରୁ ଅନୁପ୍ରାଣିତ ହୋଇ ରାଜେଶ ଗତ ତିନି ବର୍ଷ ଧରି ଏପରି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆଉ ଗବେଷଣା ଜାରି ରଖିବାକୁ ଟ୍ରିପ୍ ଦ୍  ୱାଇଲ୍ଡ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ବାପା ମା ରାଜେଶ ଙ୍କ ଏହି କାର୍ଯ୍ୟକଳାପକୁ ପ୍ରଥମେ ବିରୋଧ କରି ଆସୁଥିଲେ । ତେବେ ପୁଅର ନିଶାକୁ ସେମାନେ ଏବେ ମାନିନେଇଛନ୍ତି ।