କନକ ବ୍ୟୁରୋ : ପେଶା ଇଂଜିନିୟର ଆଉ ନିଶା ଜଙ୍ଗଲ ବୟ । ମେନ୍ ଭର୍ସେସ ୱାଇଲ୍ଡ କାର୍ଯ୍ୟକ୍ରମରେ ବ୍ରିଟିଶ ଅଭିନେତା ବିୟର ଗ୍ରିଲ୍ସଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଭଲ ଚାକିରି କୁ ହାତ ଛଡା କରି ଏବେ ଜଙ୍ଗଲରୁ ଜଙ୍ଗଲ ବୁଲୁଛନ୍ତି ମାଲକାନଗିରି ଏମଭି ୭୯ ଗାଁ ର ଯୁବ ମେକାନିକାଲ ଇଂଜିନିୟର ରାଜେଶ କୁମାର ମଣ୍ଡଳ । କେତେ ବେଳେ ପାହାଡ ଉପରେ ୩ ଦିନ ଧରି ରାତ୍ରୀ ଯାପନ ତ ଆଉ କେତେ ବେଳେ ପାହାଡରୁ ପାହାଡ ବନ୍ୟ ଜନ୍ତୁ ଙ୍କ ଅନୁସନ୍ଧାନ ।
ଆଉ ନଇ ନାଳ ରେ ବୁଲି ସାପ, ବେଙ୍ଗ ଧରିବା ସତେ ଯେମିତି ରାଜେଶଙ୍କ ନିଶା ପାଲଟି ଯାଇଛି । ଟେଲିଭିଜନ ଚ୍ୟାନେଲଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମରୁ ଅନୁପ୍ରାଣିତ ହୋଇ ରାଜେଶ ଗତ ତିନି ବର୍ଷ ଧରି ଏପରି କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଆଉ ଗବେଷଣା ଜାରି ରଖିବାକୁ ଟ୍ରିପ୍ ଦ୍ ୱାଇଲ୍ଡ ନାମକ ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଛନ୍ତି । ବାପା ମା ରାଜେଶ ଙ୍କ ଏହି କାର୍ଯ୍ୟକଳାପକୁ ପ୍ରଥମେ ବିରୋଧ କରି ଆସୁଥିଲେ । ତେବେ ପୁଅର ନିଶାକୁ ସେମାନେ ଏବେ ମାନିନେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/9-6.jpg)