କରୋନାରେ ଚାଲିଗଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କୋରାପୁଟର ବରିଷ୍ଠ ସାମ୍ବାଦିକ ଶ୍ରୀ ଡି ଶଙ୍କର ରାଓଙ୍କ ପରଲୋକ 

93

କନକ ବ୍ୟୁରୋ : କରୋନା କାଳରେ ଆସିଲା ଦୁଃଖଦ ଖବର । ପୁଣି କରୋନା ନେଲା ଆଉ ଜଣେ ସାମ୍ବାଦିକଙ୍କ ଜୀବନ । କୋରାପୁଟର ବରିଷ୍ଠ ସାମ୍ବାଦିକ ତଥା ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ ଶ୍ରୀ ଡି ଶଙ୍କର ରାଓଙ୍କ ମୃତ୍ୟୁ ହୋଇଛି । ସେ ରାଜସ୍ୱ ବିଭାଗ କୋରାପୁଟ ଜିଲ୍ଲାର ବରିଷ୍ଠ କିରାଣି ପଦରୁ ଅବସର ଗ୍ରହଣ ପରେ ତେଲୁଗୁ ପତ୍ରିକା ସାକ୍ଷୀର ସାମ୍ବାଦିକ ଭାବେ ୨୦ ବର୍ଷ କାଳ ନିରପେକ୍ଷ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ କଲେଜରେ ଚିକିତ୍ସିତ ହେଉଥିଲେ । ହେଲେ ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଗତକାଲି କରୋନାରେ ଆକ୍ରାନ୍ତ ହୋଇ ଦୈନିକ ଖବରକାଗଜ ସମ୍ବାଦର ଗଞ୍ଜାମ ଜିଲ୍ଲା ପ୍ରତିନିଧି ପ୍ରଦୀପ ସାହୁଙ୍କ ଦେହାନ୍ତ ହୋଇଥିଲା । ଆଉ ଆଜି ବରିଷ୍ଠ ସାମ୍ବାଦିକ ତଥା ରାଜସ୍ୱ ବିଭାଗର ବରିଷ୍ଠ କିରାଣୀ ଶ୍ରୀ ଡି ଶଙ୍କର ରାଓଙ୍କ ମୃତ୍ୟୁ ସମସ୍ତଙ୍କୁ ବ୍ୟଥିତ କରିଛି