image courtesy - inshorts.com
ବର୍ଷାର ପ୍ରଭାବ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଫଳରେ ବିଭିନ୍ନ ସ୍ଥାନରେ ପାଣି ଜମି ରହୁଛି । ତେବେ ନିକଟରେ ସ୍ମାର୍ଟସିଟି ଭୁବନେଶ୍ୱରର ଅବସ୍ଥା ବିଷୟରେ ତ ଆପଣ ନିଶ୍ଚୟ ଭାବେ ଶୁଣିଥିବେ । ରାଜଧାନୀର ଇସ୍କନ ମନ୍ଦିର ସାମ୍ନାରେ ଅତି ପ୍ରବଳ ବର୍ଷା ହେବା କାରଣରୁ ପାଣିରେ କାର ଭାସୁଥିବାର ଦୃଶ୍ୟ ମଦ୍ୟ ଦେଖିବାକୁ ମିଳିଥିଲା । ଏପରିକି ଜୟଦେବ ବିହାର, ଆଚାର୍ଯ୍ୟ ବିହାରଆଦି ଅନେକ ସ୍ଥାନରେ ବହୁତ ସମୟ ଧରି ପାଣି ଜମି ରହିଥିଲା । ତେବେ ଏହି ଅବସ୍ଥା କେବଳ ଓଡିଶା କିମ୍ବା ଭାରତର ନୁହେଁ । ଏପରି ଦୃଶ୍ୟ ବିଶ୍ୱର ଅନେକ ସ୍ଥାନରେ ଦେଖିବାକୁ ମିଳିଛି ।
ନିକଟରେ ପାକିସ୍ଥାନର ଏକ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଜଣେ ରିପୋର୍ଟର ପାଣି ମଧ୍ୟରେ ଏକ ପ୍ଲାଷ୍ଟିକ୍ ଭାସମାନ ସାହାରାରେ ଭାସି ଭାସି ରିପୋର୍ଟିଂ କରୁଛନ୍ତି। ସେ କହୁଥିବାର ଶୁଣିବାକୁ ମିଳୁଛି ଯେ ‘ମୁଁ କୌଣସି ସୁଇମିଂ ପୁଲରେ ନୁହେଁ ବରଂ ରାସ୍ତାରେ ଭାସୁଛି। ଏହାକୁ ଖୁବ୍ ଉପଭୋଗ କରୁଛି। କାହିଁକି ନା, ପାଣି ତ ଜଲଦି ସୁଖାଯାଇ ପାରିବ ନାହିଁ। ତେଣୁ ଭଲ ହେବ ପରିସ୍ଥିତି ଯେମିତି ଅଛି ସେହି ଅନୁସାରେ ଆମେ ଉପଭୋଗ କରିବା।’ ରିପୋର୍ଟର ଜଣକ ହେଉଛନ୍ତି ଦୁନିଆ ନିଉଜର ଚାନ୍ଦ୍ ନଓ୍ଵାବ। ଲହୋରର ଏହି ରିପୋର୍ଟର ଜଣକ ଏକ ନିଆରା ଉପାୟରେ ରିପୋର୍ଟିଂ କରି ବେଶ୍ ଚର୍ଚ୍ଚା ପାଲଟିଛନ୍ତି।
Follow Us