ନିର୍ବାଚନ ପାଇଁ ଜୟପାଟଣାରେ ପୋଲିସ ଓ ସିଆରପିଏଫ ଯବାନଙ୍କ ଫ୍ଲାଗମାର୍ଚ୍ଚ । ହିଂସା ନଘଟାଇବାକୁ ଦେଲେ ବାର୍ତ୍ତା ।

36

କନକ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଓ ସିଆରପିଏଫ ପକ୍ଷରୁ ମିଳିତ ଫ୍ଲାଗ ମାର୍ଚ୍ଚ କରାଯାଇଛି । କଳାହାଣ୍ଡି ଜିଲ୍ଲାରେ ମେ ୧୩ ତାରିଖରେ କଳାହାଣ୍ଡି ଜିଲ୍ଲାରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନକୁ ଶାନ୍ତି, ଶୃଙ୍ଖଳାର ସହ ସମ୍ପାଦନ କରିବା ଉପରେ ପୋଲିସ ଗୁରୁତ୍ୱ ଦେଇଛି । ହିଂସାକାଣ୍ଡ ନ ଘଟାଇବା ପାଇଁ ପୋଲିସ ପକ୍ଷରୁ ଲୋକମାନଙ୍କ ଉଦ୍ଦେଶ୍ୟରେ ସଚେତନତା ବାର୍ତ୍ତା ଦିଆଯାଇଛି ।