ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କୋରାପୁଟର ଦଶମନ୍ତପୁରରେ ଦମ୍ପତିଙ୍କୁ ସଂଘବଦ୍ଧ ଆକ୍ରମଣ : ସ୍ୱାମୀ-ସ୍ତ୍ରୀ ମୃତ, ମୃତଦେହ ଜବତ କରି ପୁଲିସର ତଦନ୍ତ; ଗାଁ ପୁରୁଷଶୂନ୍ୟ

93

କନକ ବ୍ୟୁରୋ : ସଂଘବଦ୍ଧ ଆକ୍ରମଣରେ ଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁୁ ହତ୍ୟା । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲା ପଂଚାୟତ ଅଧିନ ଘାଂଟ୍ରାଗୁଡା ଗାଁରେ ଘଟିଛି ଏପରି ହତ୍ୟାକାଣ୍ଡ । ମୃତ ଦମ୍ପତି ହେଉଛନ୍ତି ଲୋଛ ମୁଦୁଲି ଓ ଚିଙ୍ଗି ମୁଦୁଲି । ୮ରୁ ୧୦ ଜଣ ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି ।

ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଏହି ଘଟଣା ପରେ ପୁରା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।

Comments are closed.