କନକ ବ୍ୟୁରୋ : ସଂଘବଦ୍ଧ ଆକ୍ରମଣରେ ଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁୁ ହତ୍ୟା । କୋରାପୁଟ ଜିଲ୍ଲାର ଦଶମନ୍ତପୁର ବ୍ଲକର ଲୁଲା ପଂଚାୟତ ଅଧିନ ଘାଂଟ୍ରାଗୁଡା ଗାଁରେ ଘଟିଛି ଏପରି ହତ୍ୟାକାଣ୍ଡ । ମୃତ ଦମ୍ପତି ହେଉଛନ୍ତି ଲୋଛ ମୁଦୁଲି ଓ ଚିଙ୍ଗି ମୁଦୁଲି । ୮ରୁ ୧୦ ଜଣ ସଂଘବଦ୍ଧ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିବା କୁହାଯାଉଛି ।
ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଏହି ଘଟଣା ପରେ ପୁରା ଗାଁ ପୁରୁଷଶୂନ୍ୟ ହୋଇଯାଇଛି । ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/10-11.jpg)