ପିଲାଙ୍କ ପଛରେ ଗୋଡ଼ାଇବ ଚାକିରି। ଓଡ଼ିଶା ଏଜୁକେସନ କନକ୍ଲେଭରେ ବୈଷୟିକ ଶିକ୍ଷା ମନ୍ତ୍ରୀଙ୍କ ଦମ୍ଭୋକ୍ତି

2,613

କନକ ବ୍ୟୁରୋ: ଓଡି଼ଶା ପିଲାଙ୍କ ପଛରେ ଗୋଡ଼ାଇବ ଚାକିରି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀଙ୍କ ଦମ୍ଭୋକ୍ତି । ବିଷୟ ଥିଲା ବୈଷୟିକ ଶିକ୍ଷା: ଓଡି଼ଆ ପିଲାଙ୍କ ସ୍ଥାନ କେଉଁଠି । ମତ ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । କନକ ନ୍ୟୁଜର ଓଡିଶା ଏଜୁକେସନ କନକ୍ଲେଭ-୨୦୨୩ ଉକ୍ରର୍ଷରେ ଯୋଗଦେଇଛନ୍ତି ମନ୍ତ୍ରୀ । ରାଜ୍ୟ ସରକାର, ଓଡିଆ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କ୍ଷେତ୍ରରେ କଣସବୁ ପଦକ୍ଷେପ ନେଉଛନ୍ତି ସେନେଇ ଆଲୋକପାତ କରିଛନ୍ତି ମନ୍ତ୍ରୀ ।

ଏବେ ଓଡିଶା ପିଲା ଚାକିରି ପଛରେ ଗୋଡାଇବେ ନାହିଁ । ସେମାନଙ୍କ ପଛରେ ଗୋଡାଇବ ଚାକିରି । ବୈଷୟିକ ଶିକ୍ଷା ପାଇଁ ରାଜ୍ୟରେ ଭିତ୍ତିିଭୂମି ସୁଦୃଢ କରାଯାଇଛି । ଓଡି଼ଶା ପିଲାଙ୍କୁ ଦକ୍ଷ କରିବାକୁ ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ହୋଇଛି । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ପିଲା ଭଲ ପ୍ରଦର୍ଶନ କଲେଣି । ଓଡି଼ଶା ଏବେ ସମ୍ଭାବନାର ଭୂମି ପାଲଟିଛି ।

ଓଡିଶା ଏଜୁକେଶନ କନକ୍ଲେଭରେ ଅତିଥି ଭାବେ ଯୋଗଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେ କହିଛନ୍ତି, ଶିକ୍ଷା କ୍ଷେତ୍ରରେ ଗୁଣବତ୍ତା ବଢିଛି । ଛାତ୍ରଛାତ୍ରୀଙ୍କୁ ଓଡିଆ ମାଧ୍ୟମ ସ୍କୁଲ ପ୍ରତି ଆକର୍ଷିତ କରିବାକୁ ୫ଟି ଅଧିନରେ ସ୍କୁଲ ଭିତିଭୂମିରେ ବିକାଶ ହୋଇଛି । ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହେଲେ କଣ ଭଲ ହୋଇପାରିବ ସେ ନେଇ ପରାମର୍ଶ ଦେଲେ ସରକାର ବିଚାର କରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏବେ ସବୁ କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧମତାର ପ୍ରୟୋଗ ବଢିଛି । ଏହା ଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ଭୂମିକାକୁ ସଙ୍କୁଚିତ କରିଦେବ କି । ଏଭଳି ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି ହାପିଏଷ୍ଟ ମାଇଣ୍ଡର ଡେପୁଟି ସିଇଓ । ତାଙ୍କ ଯୁକ୍ତି ହେଲା ଏଆଇ, ଶିକ୍ଷକଙ୍କଠାରୁ କାମ ଛଡାଇବ ନାହିଁ, ବରଂ ସେମାନଙ୍କ କାମକୁ ସହଜ କରିଦେବ । ଶିକ୍ଷକମାନେ ଆଉ ମୌଳିକ ଶିକ୍ଷା ଉପରେ ଗୁରୁତ୍ୱ ନଦେଇ ପିଲାଙ୍କ ଭିତରେ ଥିବା ଦକ୍ଷତାକୁ ବିକାଶ କରିବା ଦିଗରେ ଗୁରୁତ୍ୱ ଦେବେ ।

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ସ୍ଥିତି ଓ ଭବିଷ୍ୟତ ନୀତି ନିର୍ଦ୍ଧାରଣ ପାଇଁ ବିଭିନ୍ନ କ୍ଷେତ୍ରରେ ବିଶେଷ ଦକ୍ଷତା ରଖିଥିବା ବ୍ୟକ୍ତିତ୍ୱଙ୍କୁ ନେଇ ୫ ବର୍ଷ ହେଲା ଆୟୋଜନ ହୋଇଆସୁଛି ଉକ୍ରର୍ଷ । ଓଡିଶା ଏଜୁକେସନ କନକ୍ଲେଭ-୨୦୨୩ରେ ଭାଗ ନେଇ ଗୁରୁତ୍ୱପୂର୍ଣ୍ଣ ମତାମତ ରଖିଛନ୍ତି ଅତିଥି ।