କନକ ବ୍ୟୁରୋ : ଜଙ୍ଗଲରେ ଅସୁସ୍ଥ ଛୁଆ ହାତୀ। କଟକ ତିଗିରିଆ ବନାଞ୍ଚଳ ଅନ୍ତର୍ଗତ ସୁଦର୍ଶନପୁର ପନ୍ଥେଇ ଠାକୁରାଣୀଙ୍କ ନିକଟ ସୋରିଷପାଳ ଜଙ୍ଗଲରେ ଏକ ଅସୁସ୍ଥ ଛୁଆ ହାତୀକୁ ଠାବ କରିଛି ବନବିଭାଗ । ହାତୀଟିର ବୟସ ଏକ ବର୍ଷ ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରେ ତିଗିରିଆ ବନବିଭାଗ ସହ କପିଳାସର ସ୍ବତନ୍ତ୍ର ରାପିଡ ରେସପନ୍ସ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ହାତି ଛୁଆଟି ଜଙ୍ଗଲରେ କୌଣସି ଖାଦ୍ୟ ଖାଇ ପେଟରେ ଯନ୍ତ୍ରଣା ଅନୁଭବ କରୁଛି ।
ଜଙ୍ଗଲ ମଝିରେ ଚାଲିଛି ଅସୁସ୍ଥ ଛୁଆ ହାତୀର ଚିକିତ୍ସା । ତିଗିରିଆ ବନାଞ୍ଚଳ ସୋରିଷପାଳ ଜଙ୍ଗଲରେ ଅସୁସ୍ଥ ହାତୀ ଛୁଆକୁ ଠାବ କରିଛି ବନ ବିଭାଗ
/kanak/media/post_attachments/wp-content/uploads/2024/07/21-20.jpg)