କନକ ବ୍ୟୁରୋ: ଆଇଜିକେସି ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ସହଯୋଗରେ ପୁରୀଠାରେ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ନୀଳାଦ୍ରୀ ଭକ୍ତ ନିବାସଠାରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିରରେ ଶ୍ରୀମନ୍ଦିର କର୍ମଚାରୀ, ସେବାୟତ ଓ ତାଙ୍କ ପରିବାର ଲୋକଙ୍କର ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ ଔଷଧ ମଧ୍ୟ ଦିଆଯାଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ - ଆଇଜିକେସି ମଲ୍ଟି ସ୍ପେଶିିଆଲିଟି ହସ୍ପିଟାଲର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ, କିଡନୀରୋଗ ବିଶେଷଜ୍ଞ, ପେଟ ଓ ଯକୃତ ରୋଗ ବିଶେଷଜ୍ଞ, ଇ.ଏନ୍.ଟି ବିଶେଷଜ୍ଞମାନେ ଶତାଧିକ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ।

Advertisment

ଆଇଜିକେସି ମଲ୍ଟି ସ୍ପେଶିିଆଲିଟି ହସ୍ପିଟାଲ ପକ୍ଷରୁ ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହିଭଳି ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତ କିଭଳି ଏକ ସୁସ୍ଥୃ ଓ ନିରୋଗ ଜୀବନ ବଞ୍ଚିହେବ ସେନେଇ ଜନସଚେତନତା ସୃଷ୍ଟି କରାଯିବ ବୋଲି ହସ୍ପିଟାଲର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।