କନକ ବ୍ୟୁରୋ: କେନ୍ଦ୍ରାପଡାରେ ଧରାପଡିଲା ବିରଳ ପ୍ରଜାତିର ସାମୁଦ୍ରିକ ମାଛ । କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଅଂଚଳରେ ଥିବା ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର ବିଶାଳ ମାଛକୁ ଧରିଛନ୍ତି ଧୀବର ।
ଜାଲରେ ପଡିଥିବା ଏହି ମାଛକୁ ସାମୁଦ୍ରିକ ମୟୂର ମାଛ ବୋଲି କୁହାଯାଉଛି । ଧରାପଡିଥିବା ସାମୁଦ୍ରିକ ମୟୂର ମାଛଟି ପ୍ରାୟ ୧୨ କେଜି ଓଜନ ।
ଏହାର କିଲୋ ପ୍ରତି ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ । ଏହି ବିରଳ ପ୍ରଜାତିର ମାଛଟି କେତେକ ଦୂରାରୋଗ୍ୟ ଔଷଧ ପାଇଁ ବ୍ୟବହାର କରାଯାଏ । ଏହି ମାଛର ଦାମ୍ ବିଦେଶରେ ଆହୁରି ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ମତ୍ସ୍ୟଜୀବୀ ।
Follow Us
/kanak/media/post_attachments/wp-content/uploads/2019/11/FISH-2-300x169.jpg)