କେନ୍ଦ୍ରାପଡା ସମୁଦ୍ରରୁ ଧରାପଡିଲା ବିରଳ ପ୍ରଜାତିର ମାଛ ମୟୁର । ଦର କିଲୋପିଛା ପ୍ରାୟ ୧୦ ହଜାର ଟଙ୍କା । ଔଷଧ ପାଇଁ କରାଯାଏ ବ୍ୟବହାର

757

କନକ ବ୍ୟୁରୋ: କେନ୍ଦ୍ରାପଡାରେ ଧରାପଡିଲା ବିରଳ ପ୍ରଜାତିର ସାମୁଦ୍ରିକ ମାଛ । କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଅଂଚଳରେ ଥିବା ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର ବିଶାଳ ମାଛକୁ ଧରିଛନ୍ତି ଧୀବର ।

ଜାଲରେ ପଡିଥିବା ଏହି ମାଛକୁ ସାମୁଦ୍ରିକ ମୟୂର ମାଛ ବୋଲି କୁହାଯାଉଛି । ଧରାପଡିଥିବା ସାମୁଦ୍ରିକ ମୟୂର ମାଛଟି ପ୍ରାୟ ୧୨ କେଜି ଓଜନ ।

ଏହାର କିଲୋ ପ୍ରତି ମୂଲ୍ୟ ପ୍ରାୟ ୧୦ ହଜାର ଟଙ୍କା ହେବ । ଏହି ବିରଳ ପ୍ରଜାତିର ମାଛଟି କେତେକ ଦୂରାରୋଗ୍ୟ ଔଷଧ ପାଇଁ ବ୍ୟବହାର କରାଯାଏ । ଏହି ମାଛର ଦାମ୍ ବିଦେଶରେ ଆହୁରି ଅଧିକ ରହିବ ବୋଲି ସୂଚନା ଦେଇଛନ୍ତି ମତ୍ସ୍ୟଜୀବୀ ।

Comments are closed.