ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ : ଜାଲରୁ ମାଛ କାଢିବାକୁ ଲାଗିଲେ ଶହ ଶହ ଲୋକ

1,014

କନକ ବ୍ୟୁରୋ : ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ । ଆଉ ଏହାକୁ କାଢିବା ପାଇଁ ଲାଗିଛନ୍ତି ଶହ ଶହ ଲୋକ । ଚାନ୍ଦବାଲି ଧାମରା ଅଂଚଳରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି । ଭିକି ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଟ୍ରଲର ମାଛ ମାରିବାକୁ ଯାଇଥିଲା । ମାଛ ଧରିବା ପାଇଁ ସେ ଜାଲ ବସାଇଥିବା ବେଳେ ଜାଲରେ ପ୍ରଚୁର ପରିମାଣରେ ମାଛ ଲାଗିଥିଲା । ତେବେ ଜାଲରୁ ଏତେ ପରିମାଣର ମାଛ କାଢିବା ସମ୍ଭବ ହୋଇନଥିଲା । ବୋଟ୍ଟି ଧାମରା ଜେଟିରେ ପହଂଚିବା ପରେ ଜାଲରୁ ମାଛ କାଢିବା ପାଇଁ ଶତାଧିକ ଲୋକ ଏକାଠି ହୋଇଥିଲେ ।