କରାଚି ବିଶ୍ୱବିଦ୍ୟାଳୟ ନିକଟରେ ବଡ ଧରଣର ବିସ୍ଫୋରଣ: ବ୍ଲାଷ୍ଟରେ ୩ ଚୀନ୍ ନାଗରିକ ଓ ଜଣେ ପାକିସ୍ତାନୀଙ୍କ ମୃତ୍ୟୁ ସୂଚନା

129

କନକ ବ୍ୟୁରୋ: ପାକିସ୍ତାନ କରାଚି ବିଶ୍ୱବିଦ୍ୟାଳୟ ନିକଟରେ ବଡ ଧରଣର ବିସ୍ଫୋରଣ ଘଟିଛି । ବ୍ଲାଷ୍ଟରେ ୩ଚୀନ୍ ନାଗରିକ ଓ ଜଣେ ପାକିସ୍ତାନୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେପଟେ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ପାକିସ୍ତାନର ବିଚ୍ଛିନ୍ନତାବାଦୀ ସଂଗଠନ । କରାଚି ବିଶ୍ୱବିଦ୍ୟାଳୟ ନିକଟରେ ଏକ ଭ୍ୟାନରେ ବିସ୍ଫୋରଣ ହୋଇଛି । ସେହିପରି ଏକ ସୁତ୍ର୍ରରୁ ଖବର ମିଳିଛି ଯେ ଚାଇନା ନାଗରିକଙ୍କୁ ହତ୍ୟା କରିବା ବିସ୍ଫୋରଣର ମୂଳ ଲକ୍ଷ୍ୟ ଥିଲା ।

ବିସ୍ଫୋରଣ ସମୟରେ ଘଟଣାସ୍ଥଳ ନିକଟରେ ଥିବା ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ଯାହାଙ୍କ ମଧ୍ୟରୁ ୩ ଜଣ ଗୁରୁତର ଅଛନ୍ତି । ପାକିସ୍ତାନର ଏକ ଖବରକାଗଜର ରିପୋର୍ଟ ଅନୁସାରେ ପ୍ରତିଦିନ ଚାଇନାର ନାଗରିକଙ୍କୁ ନେି କରାଚୀ ବିଶ୍ୱବିଦ୍ୟାଳୟ ମଧ୍ୟରେ ଥିବା ଆଇବିଏ ଇଂଷ୍ଟିଟ୍ୟୁଟ୍ କୁ ଭ୍ୟାନ ସାହାଯ୍ୟରେ ଆସନ୍ତି । ତୋବେ ପୂର୍ବରୁ ମଧ୍ୟ ଅନେକ ଥର ଚାଇନାର ନାଗରିକଙ୍କୁ ଆତଙ୍କୀ ଆକ୍ରମଣ ସାହାଯ୍ୟରେ ଟାର୍ଗେଟ କରାଯାଇଛି ।