କନକ ବ୍ୟୁରୋ: ଗଞ୍ଜାମ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ସହ ତେଲ ଟ୍ୟାଙ୍କର ଧକ୍କା । ରାସ୍ତା କଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଚା ଦୋକାନରେ ଚା ପିଉଥିବା ୩ଜଣ ଓ ବସର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାତ୍ରୀ ବାହି ବସଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କର ଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମର ଝୋଳ ଛକରେ ତେଲ ଟ୍ୟାଙ୍କର ଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାକଡ ଚା ଦୋକାନ ଆଡ଼କୁ ମାଡି ଯାଇଥିଲେ। ବସ୍ ତଳେ ଚାପି ହୋଇ ଚା ପିଉଥିବା ୩ଜଣଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି ।
ବ୍ରହ୍ମପୁର ସମରଝୋଳ ଛକରେ ଭୟଙ୍କର ଦୁର୍ଘଟଣା ; ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା, ଚା ପିଉଥିବା ଲୋକଙ୍କ ଉପରେ ମାଡ଼ିଗଲା ଗାଡ଼ି
/kanak/media/post_attachments/wp-content/uploads/2024/08/WhatsApp-Image-2024-08-22-at-6.29.26-AM.jpeg)