କନକ ବ୍ୟୁରୋ : ହୋମଗାର୍ଡଙ୍କୁ ଚାପି ଦେଲା ମାଲବାହୀ ଟ୍ରକ। ଘଟଣାସ୍ଥଳରେ ହୋମଗାର୍ଡ ମୃତ ହୋଇଛି। ପାରାଦୀପ-ଚଣ୍ଡିଖୋଲ ଜାତୀୟ ରାଜପଥର ଦୋଛକିରେ ଡ୍ୟୁଟି କରିବା ବେଳେ ଘଟିଛି ଦୁର୍ଘଟଣା। ପାରାଦୀପ ଲକ୍ ଥାନା ଅଧୀନ ଦୋଛକି ଠାରେ ଟ୍ରାଫିକ ନିୟନ୍ତ୍ରଣ କରୁଥିଲେ। ବିଳମ୍ବିତ ରାତ୍ରୀରେ ଅନ୍ୟ ପୁଲିସ କର୍ମଚାରୀଙ୍କ ସହ ଡ୍ୟୁଟିରେ ଥିଲେ। ଏହି ସମୟରେ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ପ୍ରତିବାଦରେ ରାଜପଥ ଅବରୋଧ କରିଛନ୍ତି ବାଲିଡିଆ ଗ୍ରାମବାସୀ। ବରିଷ୍ଠ ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ କରୁଛନ୍ତି ଉଦ୍ୟମ।
ଚଣ୍ଡିଖୋଲ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ହୋମଗାର୍ଡଙ୍କୁ ଚାପିଦେଲା ଟ୍ରକ, ଘଟଣା ସ୍ଥଳରେ ମୃତ୍ୟୁ
/kanak/media/post_attachments/wp-content/uploads/2024/07/2-20.jpg)