କେନ୍ଦୁଝରରେ ଘରେ ପଶିଗଲା ହାଇୱା ଟ୍ରକ୍ : ଶୁଆକାଟି ଛକ ନିକଟରେ ଦୁର୍ଘଟଣା; ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ

Advertisment
କେନ୍ଦୁଝରରେ ଘରେ ପଶିଗଲା ହାଇୱା ଟ୍ରକ୍ : ଶୁଆକାଟି ଛକ ନିକଟରେ ଦୁର୍ଘଟଣା; ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ

କନକ ବ୍ୟୁରୋ : ଘରେ ପଶିଗଲା ହାଇୱା ଟ୍ରକ୍ । ଅଳ୍ପକେ ବର୍ତିଗଲା ୭ ଜୀବନ । ଘରେ ସମସ୍ତେ ଶୋଇଥିଲେ । ବିଳମ୍ୱିତ ରାତିରେ ରାସ୍ତାରେ ଯାଉଥିବା ହାଇୱା ଗାଡି ହଠାତ୍ ଘର ଭିତରକୁ ପଶିଗଲା । ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ । କେନ୍ଦୁଝରର  ଯଶୀପୁର ଥାନା ଅଂଚଳରେ ୨୨୦ ନଂବର ଜାତୀୟ ରାଜପଥ ଶୁଆକାଟି ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା ।

ଟାଟାରୁ କେନ୍ଦୁଝର ଆଡେ ଆସୁଥିବା ସମୟରେ ହାଇୱା ଗାଡିଟି ଏପରି ଦୁର୍ଘଟଣା ଘଟାଇଛି । ଖବର ପାଇ ଯଶୀପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡିକୁ ଜବତ କରି ତଦନ୍ତ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe