କନକ ବ୍ୟୁରୋ : ଘରେ ପଶିଗଲା ହାଇୱା ଟ୍ରକ୍ । ଅଳ୍ପକେ ବର୍ତିଗଲା ୭ ଜୀବନ । ଘରେ ସମସ୍ତେ ଶୋଇଥିଲେ । ବିଳମ୍ୱିତ ରାତିରେ ରାସ୍ତାରେ ଯାଉଥିବା ହାଇୱା ଗାଡି ହଠାତ୍ ଘର ଭିତରକୁ ପଶିଗଲା । ଅଳ୍ପକେ ମୃତ୍ୟୁ ମୁହଁରୁ ବଂଚିଗଲେ ଘରେ ଶୋଇଥିବା ୭ ଜଣ । କେନ୍ଦୁଝରର ଯଶୀପୁର ଥାନା ଅଂଚଳରେ ୨୨୦ ନଂବର ଜାତୀୟ ରାଜପଥ ଶୁଆକାଟି ଛକ ନିକଟରେ ଘଟିଛି ଏପରି ଦୁର୍ଘଟଣା ।
ଟାଟାରୁ କେନ୍ଦୁଝର ଆଡେ ଆସୁଥିବା ସମୟରେ ହାଇୱା ଗାଡିଟି ଏପରି ଦୁର୍ଘଟଣା ଘଟାଇଛି । ଖବର ପାଇ ଯଶୀପୁର ପୋଲିସ ଘଟଣା ସ୍ଥଳରେ ପହଁଚି ଗାଡିକୁ ଜବତ କରି ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/15-31.jpg)