ମହାପ୍ରଭୁଙ୍କ ସେବାରେ ଉଚ୍ଚ ଶିକ୍ଷିତ ଯୁବକ । ରଥରେ ଲାଗୁଥିବା କଣ୍ଟା ପ୍ରସ୍ତୁତ କରୁଛନ୍ତି ପିଜି କରିଥିବା କମାର ସେବାୟତ

205

କନକ ବ୍ୟୁରୋ: ମହାପ୍ରଭୁଙ୍କ ସେବାରେ ମିଳୁଛି ମହାଆନନ୍ଦ । ସେଥିପାଇଁ ତ ମୁମ୍ବାଇରେ କରିଥିବା ଚାକିରି ଛାଡି ଜଗା ସେବାରେ ଲାଗିଛନ୍ତି ଜଣେ ଉଚ୍ଚଶିକ୍ଷିତ ସେବାୟତ । ପୁରୀରେ ରଥ ନିର୍ମାଣ କାମରେ ଲାଗିଛନ୍ତି ଅର୍ଥନୀତିରେ ସ୍ନାତ୍ତକତ୍ତୋର କରିଥିବା କମାର ସେବାୟତ ଦାଶରଥୀ ମହାରଣା । ଅନ୍ୟ ଚାକିରି କଲେ ଟଙ୍କା ମିଳିବ ସତ ହେଲେ ମହାପ୍ରଭୁଙ୍କ ରଥ ନିର୍ମାଣ କରିବାରେ ଯେଉଁ ଆନନ୍ଦ ମିଳୁଛି ତାହା ତୁଳନାରେ ସେ ଦରମା କିଛି ନୁହେଁ । ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ପାଇଁ ୩ ଟନ୍ କଂଟା ପ୍ରସ୍ତୁତ କରୁଛନ୍ତି ବାଣୀବିହାରରୁ ଅର୍ଥନୀତିରେ ପିଜି କରିଥିଲା ଦାଶରଥୀ ମହାରଣା ।