କନକ ବ୍ୟୁରୋ : ରାଜ୍ୟରେ ମୁରୁଡି ସ୍ଥିତି ନେଇ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ୩୦ରେ ବୈଠକ ହେବ । ଏହି ବୈଠକରେ ସାମିଲ ହେବେ ସ୍ୱତନ୍ତ୍ର ରିଲିଫ୍ କମିଶନର, ଜଳ ସମ୍ପଦ ବିଭାଗର ସଚିବ, ଅର୍ଥ ସଚିବ ଓ ଅଧିକାରୀ । ମୌସୁମୀ ଆରମ୍ଭରୁ ଏପର୍ଯ୍ୟନ୍ତ ଯେତିକି ବର୍ଷା ହେବା କଥା ତାହାଠାରୁ ୩୦ ପ୍ରତିଶତରୁ କମ୍ ବର୍ଷା ହୋଇଯାଇଛି ।

Advertisment

ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ୨୭ ଜିଲ୍ଲାରେ ନିଅଂଟିଆ ବର୍ଷା ହୋଇଛି । ସବୁଠୁ ଅଧିକ ପ୍ରଭାବିତ ହୋଇଛି ଯାଜପୁର, ଭଦ୍ରକ, କେନ୍ଦୁଝର ଓ ବଲାଙ୍ଗୀର ଜିଲ୍ଲା । ଯାଜପୁରରେ ୫୪ ପ୍ରତିଶତ କମ ବର୍ଷା ହୋଇଛି, ଭଦ୍ରକ ଜିଲ୍ଲାରେ ୫୦ ପ୍ରତିଶତ କମ ବର୍ଷା ହୋଇଛି । କେନ୍ଦୁଝର ଓ ବଲାଙ୍ଗୀରରେ ୪୨ ପ୍ରତିଶତ କମ ବର୍ଷା ହୋଇଛି । ଯାହା ଫଳରେ ମରୁଡି ଆଶଙ୍କା ସୃଷ୍ଟି ହୋଇଛି । ନିଅଂଟିଆ ବର୍ଷା ଯୋଗୁଁ ଖରିଫ ଧାନ ଫସଲ ଉପରେ ପ୍ରଭାବ ପଡିଛି ।