କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ନିକଟରେ ଗାଁରେ ବୁଲୁଛନ୍ତି ହାତୀ ପଲ । ସକାଳୁ ସକାଳୁ ହାତୀପଲ ବ୍ରାହ୍ମଣିଆ ଗାଁ ଟେଲିଫୋନ ଏକ୍ସଚେଞ୍ଜ ପଛ ପାଖରେ ଥିବା ବିଲରେ ଯାଉଥିବା ଦେଖିଥିଲେ ସ୍ଥାନୀୟ ଲୋକ । ପାଚିଲା ଧାନ ଫସଲକୁ ନଷ୍ଟ କରୁଛନ୍ତି ଏହି ହାତୀ । ଗାଁ ନିକଟରେ ହାତୀପଲକୁ ଦେଖି ଭୟଭୀତ ଅଛନ୍ତି ଅଂଚଳବାସୀ । ଘଟଣା ଉପରେ ପୂର୍ବାଂଚଳ ରେଞ୍ଜର ବନ ବିଭାଗ ଦୃଷ୍ଟି ଦେଇଥିବା କହିଛନ୍ତି ଫରେଷ୍ଟର ରମେଶ ସାହୁ ।
କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜରେ ବୁଲୁଛନ୍ତି ହାତୀ ପଲ। ଭୟଭୀତ ସ୍ଥାନୀୟ ଅଞ୍ଚଳବାସୀ।
/kanak/media/post_attachments/wp-content/uploads/2022/12/JHDHDH.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)