ଗାଁ ଭିରତକୁ ପଶି ଆସିଛିନ୍ତି ହାତୀପଲ୍ଲ । ହାତୀ ଘଉଡାଇବାକୁ ରାତି ଅନିଦ୍ରା ଗାଁ ଲୋକେ ।

57

କନକ ବ୍ୟୁରୋ: ଗାଁ ଭିତରକୁ ପଶି ଆସିଛି ବିଶାଳକାୟ ହାତୀ ପଲ । ପାଦେ ପାଦେ ହାତୀର ଭୟ । ରାଉରକେଲାର ଘଞ୍ଚ ସରଣ୍ଡା ଜଙ୍ଗଲ ଭିତରେ ଚାଲିଛି ହାତୀ ମଣିଷ ଛକାପଞ୍ଝା । ହାତୀ ଘଉଡାଇବାକୁ ଯାଇ ହାତରେ ମଶାଲ, ଟର୍ଚ୍ଚ ଲାଇଟ ଓ କିଛି ଜୋରରେ ଶବ୍ଦ କରୁଥିବା ଜିନିଷ ଧରିଛନ୍ତି । ରାଉରକେଲାର ଝାରମୁଣ୍ଡାବାସୀ ହାତୀ ଘଉଡାଇବାକୁ ଯାଇ ରାତି ଅନିଦ୍ରା ହୋଇ ଜଗୁଛନ୍ତି । ଉଦ୍ଦେଶ୍ୟ କିଭଳି ଷ୍ଟିଲ ସିଟିର ଝାରମୁଣ୍ଡା, ରେଙ୍ଗାଲି, ନୂଆଟୋଲୀ, ବରକାନି, ବିଜୀବନ୍ଧ ଓ ବାହା ଗଡ଼ର ଲୋକ ସୁରକ୍ଷିତ ରହିବେ ।

କେବେ କେବେ ବନ ବିଭାଗ ଟିମ ଆସି ସାହାଯ୍ୟ କରିଥାନ୍ତି ବୋଲି ଗାଁ ଲୋକେ କହିଛନ୍ତି । ନଚେତ ସେମାନେ ହାତୀକୁ ଗାଁ ଭିତରକୁ ପ୍ରବେଶ ନକରାଇଦେବାକୁ ଯାଇ ଏଭଳି ଜଗୁଛନ୍ତି ବୋଲି କହିଛନ୍ତି । ହାତୀ ମୁକାବିଲା ପାଇଁ ରାପିଡ଼ ଆକ୍ସନ ଟିମ ଗଠନ କରାଯାଇଛି । ଟୋଲ ଫ୍ରି ନମ୍ବର ଜାରି ହୋଇଛି । କଂଟ୍ରୋଲ ରୁମର ବ୍ୟବସ୍ଥା ହୋଇଛି । ରେଡ଼ିଓ, ଏସଏମଏସ ମାଧ୍ୟମରେ ସତର୍କ କରାଯାଉଛି । ଯେଉଁଠିବି କିଛି ଘଟଣା ଘଟିବାର ଖବର ଆସିଲେ ତୁରନ୍ତ ପହଞ୍ଚୁଛି ଟିମ ।