ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ବସ୍ତା ସଦାନନ୍ଦପୁର ଗାଁରେ ମାତିଛନ୍ତି ୫୩ ଟିକିଆ ହାତୀ ପଲ ।

Advertisment
ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ବସ୍ତା ସଦାନନ୍ଦପୁର ଗାଁରେ ମାତିଛନ୍ତି ୫୩ ଟିକିଆ ହାତୀ ପଲ ।

କନକ ବ୍ୟୁରୋ: ଚାଷୀଙ୍କ ନିଦ ହଜାଇଲେ ହାତୀପଲ । ନଷ୍ଟ କଲେ ଏକର ଏକର ଧାନ ଫସଲ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ସଦାନନ୍ଦପୁର ଗାଁରେ ୧୫ରୁ ୨୦ ଏକର ଜମିରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ମୟୂରଭଞ୍ଜ-ବାଲେଶ୍ୱର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୭୦ ଟିକିଆ ହାତୀପଲ ଗତ କିଛିଦିନ ଧରି ଡେରା ପକାଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ଅଂଚଳବାସୀ । ବନ ବିଭାଗ ହାତୀ ହଉଡାଇଥିଲେ ମଧ୍ୟ ପୁଣି ଫେରିଛନ୍ତି ହାତୀପଲ । ଏବେ ଧାନ ଫସଲ ଉପରେ ହାତୀପଲଙ୍କ ନଜର ରହିଛି । ଅଞ୍ଚଳର ଲୋକେ ଚିନ୍ତାରେ ଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe