କନକ ବ୍ୟୁରୋ: ଚାଷୀଙ୍କ ନିଦ ହଜାଇଲେ ହାତୀପଲ । ନଷ୍ଟ କଲେ ଏକର ଏକର ଧାନ ଫସଲ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ ସଦାନନ୍ଦପୁର ଗାଁରେ ୧୫ରୁ ୨୦ ଏକର ଜମିରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । ମୟୂରଭଞ୍ଜ-ବାଲେଶ୍ୱର ଜିଲ୍ଲା ସୀମାନ୍ତ ଜଙ୍ଗଲରେ ୭୦ ଟିକିଆ ହାତୀପଲ ଗତ କିଛିଦିନ ଧରି ଡେରା ପକାଇଛନ୍ତି । ଦିନରେ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ମୁହାଁ ହେଉଛନ୍ତି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ଅଂଚଳବାସୀ । ବନ ବିଭାଗ ହାତୀ ହଉଡାଇଥିଲେ ମଧ୍ୟ ପୁଣି ଫେରିଛନ୍ତି ହାତୀପଲ । ଏବେ ଧାନ ଫସଲ ଉପରେ ହାତୀପଲଙ୍କ ନଜର ରହିଛି । ଅଞ୍ଚଳର ଲୋକେ ଚିନ୍ତାରେ ଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି କ୍ଷତିଗ୍ରସ୍ତ ଚାଷୀ ।
ଜଙ୍ଗଲୀ ହାତୀଙ୍କ ଉପଦ୍ରବ । ବସ୍ତା ସଦାନନ୍ଦପୁର ଗାଁରେ ମାତିଛନ୍ତି ୫୩ ଟିକିଆ ହାତୀ ପଲ ।
/kanak/media/post_attachments/wp-content/uploads/2024/04/12-25.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)