କେନ୍ଦୁଝର ହାଟଡିହି ବ୍ଲକରେ ଅଭାବ ପାଇଁ ୩ମାସର ଶିଶୁ ବିକ୍ରି କରୁଛି ଅସହାୟ ମାଆ। ତଦନ୍ତ କରି ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ।

କେନ୍ଦୁଝର ହାଟଡିହି ବ୍ଲକରେ ଅଭାବ ପାଇଁ ୩ମାସର ଶିଶୁ ବିକ୍ରି କରୁଛି ଅସହାୟ ମାଆ। ତଦନ୍ତ କରି ସହାୟତା ପାଇଁ ପ୍ରତିଶ୍ରୁତି ଦେଲେ ଉପଜିଲ୍ଲାପାଳ।

କନକ ବ୍ୟୁରୋ: କୁହାଯାଏ ଅଭାବେ ସ୍ୱଭାବ ନଷ୍ଟ । ନିଜର ଅଭାବୀ ପରିସ୍ଥିତି ପାଇଁ ୩ ମାସର କଅଁଳ ଛୁଆଙ୍କୁ ବିକ୍ରି କରିଦେବାକୁ ପଛଘୁଞ୍ଚା ଦେଉନି ମାଆ । ଏଭଳି ଏକ ବିଚଳିତ କଲାଭଳି ଖବର କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ବିଷ୍ଣୁପୁର ଗାଁରୁ ଆସିଛି । ସକାଳୁ ସକାଳୁ ନିଜ ଛୁଆକୁ ଧରି ଘର ଘର ବୁଲି ବିକ୍ରି ପାଇଁ ମୂଲଚାଲ କରୁଥିଲେ ମାଆ । ସାତ ମାସ ତଳୁ ଏକ ଦୁର୍ଘଟଣାର ନିଜ ସ୍ୱାମୀ ଓ ଶାଶୁଙ୍କୁ ହରାଇ ସଂପୂର୍ଣ୍ଣ ଅସହାୟ ହୋଇଯାଇଥିଲେ ମହିଳା । କିନ୍ତୁ ତାଙ୍କୁ କୌଣସି ସରକାରୀ ସହାୟତା ଆଜି ପର୍ଯ୍ୟନ୍ତ ମିଳିନି । ପୂର୍ବରୁ ୩ଟି ସନ୍ତାନ ଥିବା ବେଳେ ବଡ଼ପୁଅକୁ ଅନ୍ୟ ଏକ ସ୍ଥାନରେ ଶିଶୁ ଶ୍ରମିକଭାବେ କାମ କରିବାକୁ ଛାଡ଼ି ଦେଇଛନ୍ତି ଅସହାୟ ମାଆ । ବର୍ତମାନ ପୁଣି ଏକ କନ୍ୟା ସନ୍ତାନର ବୋଝ ବୋହିବାକୁ ଅସମର୍ଥ ହେଉଥିବା କହି ବିକ୍ରି କରିବାକୁ ବାଧ୍ୟ ହେଉଛି ମାଆ । ଏଭଳି ଘଟଣା ଜଣାପଡ଼ିବା ପରେ ଆନନ୍ଦପୁର ଉପଜିଲ୍ଲାପାଳ ତଦନ୍ତ କରି ସାହାଯ୍ୟ ଯୋଗାଇବା ପାଇଁ ଫୋନ ଯୋଗେ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଚାଇଲ୍ଡ ଲାଇନ ସଦସ୍ୟ ମହିଳାଙ୍କ ନିକଟରେ ପହଂଚିବା ସହ ଉଭୟଙ୍କୁ ସୁରକ୍ଷା ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe