କନକ ବ୍ୟୁରୋ: ବନ୍ୟା ପାଇଁ ହୋଇପାରୁନି ଶକ ସତ୍କାର । ରାସ୍ତା ଉପରେ ପଡିରହିଛି ମୃତଦେହ । ହେଲେ ହୋଇପାରୁନି ଅନ୍ତିମ ସଂସ୍କାର । ପିପିିଲି କଣାସ ବ୍ଲକରୁ ଆସିଛି ଏଭଳି ଖବର । ପାଣ୍ଡିଆକେରା ପଂଚାୟତ ଘରଚିଆଁ ଗାଁର ପୀତବାସ ପରିଡା ଅସୁସ୍ଥ ଥିଲେ । ହେଲେ ବନ୍ୟା ଆସି ଗାଁ ଦାଣ୍ଡରେ ଆଣ୍ଠୁଏ ଉଚ୍ଚର ପାଣି ଚାଲୁଥିବାରୁ ପରିବାର ଲୋକ ତାଙ୍କୁ ମେଡିକାଲ ନେଇପାରିନଥିଲେ । ଫଳରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।
ତେବେ ସବୁ ଆଡେ ବନ୍ୟା ପାଣି ଚାଲୁଥିବାରୁ ମଶାଣୀ ବି ପାଣିରେ ବୁଡିଯାଇଛି । ଫଳରେ ଏଯାଇ ଶବ ସକ୍ରାର ହୋଇପାରୁନି । ରାସ୍ତା ଉପରେ ମୃତଦେହ ପଡିଛି । ଗାଁ ଲୋକେ ଏବେ ରାସ୍ତା ଉପରେ ହିଁ ଶବ ଦାହ କରିବାକୁ ବ୍ୟବସ୍ଥା କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/11.jpg)