ଜଣେ ଆଦର୍ଶ ଶିକ୍ଷକ କିଭଳି ହୋଇପାରିବେ? କାର୍ଯ୍ୟରେ କରି ଦେଖାଇଲେ ମହାକାଳପଡାର ଏହି ପ୍ରଧାନ ଶିକ୍ଷକ

Advertisment
ଜଣେ ଆଦର୍ଶ ଶିକ୍ଷକ କିଭଳି ହୋଇପାରିବେ? କାର୍ଯ୍ୟରେ କରି ଦେଖାଇଲେ ମହାକାଳପଡାର ଏହି ପ୍ରଧାନ ଶିକ୍ଷକ

କନକ ବ୍ୟୁରୋ: ରାଜେନ୍ଦ୍ର ପ୍ରସାଦ ଦାସ । ମହାକାଳପଡା ବ୍ଲକ ଅନ୍ତର୍ଗତ ରାଜଗଡ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ । ରାଜେନ୍ଦ୍ର ପ୍ରସାଦଙ୍କ ଦୟାଶୀଳ ମନୋଭାବ ଏବଂ ଆଦର୍ଶବାଦୀ ଚିନ୍ତାଧାରା ପାଇଁ ସେ ଜଣେ ଆଦର୍ଶ ଶିକ୍ଷକ ଭାବେ ସ୍ଥାନୀୟ ଅଂଚଳରେ ବେଶ୍ ପରିଚିତ । ରାଜେନ୍ଦ୍ର ପ୍ରସାଦ ବିଦ୍ୟାଳୟରେ ପିଅନ କାମଠାରୁ ଆରମ୍ଭ କରି ପ୍ରଧାନଶିକ୍ଷକ ପର୍ଯ୍ୟନ୍ତ ସମସ୍ତ କାମ ନିଜେ ହିଁ କରନ୍ତି । ଏପରିକି ରାଜେନ୍ଦ୍ର ପ୍ରସାଦଙ୍କ ଯୋଗୁଁ ହିଁ ସ୍କୁଲର ବି ବେଶ୍ ସୁନାମ ରହିଛି ।

publive-image

ପ୍ରତିଦିନ ଠିକ୍ ସକାଳ ୭ଟାରେ ହେଲେ ସ୍କୁଲରେ ପହଂଚି ଯାହାନ୍ତି ରାଜେନ୍ଦ୍ର ପ୍ରସାଦ । ଆଉ ସ୍କୁଲ ଗେଟ୍ ଖୋଲିଦେଇ, ହାତରେ ଗୋଟେ ଝାଡୁଧରି ରାଜେନ୍ଦ୍ର ସାର୍ ଆରମ୍ଭ କରିଦିଅନ୍ତୁ ସ୍ୱଚ୍ଛଭାରତ ଅଭିଯାନ । କ୍ଲାସରୁମରୁ ଆରମ୍ଭ କରି ବିଦ୍ୟାଳୟର ପରିସର ଯାଏଁ ସବୁ ନିଜେ ହିଁ ଝାଡୁମାରି ସଫା କରନ୍ତି । ଖାଲି ସ୍କୁଲ ପରିସର ନୁହେଁ ଏପରିକି ସେ ପିଲାମାନେ ବ୍ୟବହାର କରୁଥିବା ପାଇଖାନାଗୁଡିକୁ ବି ନିଜ ହାତରେ ସଫା କରନ୍ତି । ଏହାପରେ ସେ ସ୍କୁଲରେ ଗାଧେଇବା ସହ ଘରୁ ଆଣିଥିବା ଜଳଖିଆ ଖାଆନ୍ତି ।

publive-image

ପିଲାମାନେ ଆସିବା ପରେ ପ୍ରାର୍ଥନା ଏବଂ ପାଠପଢାନ୍ତି ଆଉ ସଂଧ୍ୟାରେ ଯାଇ ଘରକୁ ଫେରନ୍ତି । ତେବେ ଏହା ହେଉଛି ରାଜେନ୍ଦ୍ର ସାରଙ୍କ ନିତିଦିନିଆ କାମ । ଖରା ହେଉ କି ବର୍ଷା, ସ୍କୁଲ ପରିସରକୁ ସେ କେବେ ହେଲେ ନଷ୍ଟ ହେବାକୁ ଦିଅନ୍ତି ନାହିଁ ଆଉ ତାଙ୍କର ଏଭଳି କାମ ପାଇଁ ହିଁ ୨୦୧୭ରେ ଏହି ସ୍କୁଲ ରାଜ୍ୟସ୍ତରୀୟ ଗୁଣାତ୍ମକ ପରିଚାଳନା କମିଟି ଏବଂ ୨୦୧୮ରେ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ମଧ୍ୟ ପାଇଛି । ତେବେ ବିଦ୍ୟାଳୟର କୌଣସି ବି ଛାତ୍ରଛାତ୍ରୀ ଯେଭଳି କୌଣସି ପ୍ରକାରର ରୋଗର ଶିକାର ନ ହୁଅନ୍ତୁ , ଏହା ରାଜେନ୍ଦ୍ର ସାରଙ୍କ ଏକମାତ୍ର ଲକ୍ଷ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe