ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ସିକ୍ୟୁରିଟି ଗାର୍ଡ । ଟିକେଟ୍ କାଟିବା ସହ ମାପୁଛନ୍ତି ବ୍ଲଡପ୍ରେସର । ସୋରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର ।

131

କନକ ବ୍ୟୁରୋ: ସିକ୍ୟୁରିଟି ଗାର୍ଡଙ୍କ ଭରସାରେ ରୋଗୀ । ହସ୍ପିଟାଲର ଟିକେଟ୍ କାଉନ୍ଟରରେ ରୋଗୀ ଟିକେଟ୍ କାଟୁଛନ୍ତି । ଏପରିକି ରୋଗୀଙ୍କ ରକ୍ତଚାପ ମଧ୍ୟ ମାପୁଛନ୍ତି ସିକ୍ୟୁରିଟି ଗାର୍ଡ । ସୋରର ଡାକ୍ତରଖାନାରେ ଏପରି ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କାମରେ ଜଡ଼ିତ ହୋଇପାରିବେ ନାହିଁ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ ସୋର ବ୍ଲକ ଅନନ୍ତପୁର ଓ ସୋରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ଖୋଲା ଉଲଂଘନ ଦେଖିବାକୁ ମିଳିଛି । ଅନନ୍ତପୁର ଡାକ୍ତରଖାନାରେ ଏକାଧିକ କର୍ମଚାରୀଙ୍କ ପଦ ଫାଙ୍କା ରହିଛି । ଫଳରେ ନିୟୋଜିତ ସିକ୍ୟୁରିଟି ଗାର୍ଡ ସୁରକ୍ଷା କାମ ଛାଡି ସ୍ୱାସ୍ଥ୍ୟ ସେବାରେ ଲାଗିଛନ୍ତି । ପ୍ରେସ୍କ୍ରିପ୍ସନରେ ରୋଗୀଙ୍କ ନାଁ ଲେଖିବା ସହ ଓଜନ ଓ ରକ୍ତଚାପ ମଧ୍ୟ ମାପୁଛନ୍ତି । ସେହିପରି ସୋର ଡାକ୍ତରଖାନାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି ।