କନକବ୍ୟୁରୋ:ବ୍ୟବସାୟୀ ଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟି ନେଲେ ସୁନା ଓ ରୁପା । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ଭିମା ଗୁଡା ନିକଟରେ । ଯୁବକ ଜଣକ ଚନ୍ଦନ କୁମାର ସୋନି ବିହାର ହାରାଜ ଗ୍ରାମରେ । ଚନ୍ଦନ ଧୋଡ୍ରା ଠାରେ ଏକ ସୁନା ଅଳଂକାର ଦୋକାନ କରିଛନ୍ତି । ପ୍ରତିଦିନ ଭଳି ଚନ୍ଦନ ଦୋକାନ ବନ୍ଦ କରି ଦୋକାନର ସୁନା ଓ ରୁପା ଭର୍ତି ବ୍ୟାଗ ଧରି ଘରକୁ ଫେରୁଥିଲେ ।
ଏହି ସମୟରେ ଭିମା ଗୁଡା ଗ୍ରାମ ନିକଟରେ ଚାରି ଜଣ ଦୃର୍ବୃତ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ । ଘଟଣା ସ୍ଥଳରୁ ସୁନା ଓ ରୁପା ଅଳଙ୍କାର ଭର୍ତି ବ୍ୟାଗ ଲୁଟି ନେଇ ଚାଲିଯାଇଥିଲେ । ବ୍ୟାଗରେ ସୁନା ଓ ରୁପାର ଆନୁମାନିକ ମୂଲ୍ୟ ୫ ଲକ୍ଷ ହେବ ବୋଲି କହିଛନ୍ତି ଚନ୍ଦନ । ତେବେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛନ୍ତି । ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/14-18.jpg)