ବନ୍ଦ କୋଠରୀରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ । ପୁରୁଷ ବନ୍ଧୁ ଅଟକ

Advertisment
ବନ୍ଦ କୋଠରୀରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା ସନ୍ଦେହ । ପୁରୁଷ ବନ୍ଧୁ ଅଟକ

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୁବତୀ ରହୁଥିବା ଭଡା ଘର ଭିତରୁ ମିଳିଲା ମୃତଦେହ । ମୃତ ଯୁବତୀ ଜଣଙ୍କ ଇଫୋସିଟି ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଶେଷ ବର୍ଷର ଛାତ୍ରୀ ସୂଚନା ।

publive-image

ତେବେ ଇଫୋସିଟି ଅଞ୍ଚଳର ଏକ ଆପାର୍ଟମେଣ୍ଟ ଆଗରେ ଚିତ୍କାର କରୁଥିଲେ ଛାତ୍ରୀଙ୍କ ପୁରୁଷ ବନ୍ଧୁ । ପୁରୁଷ ବନ୍ଧୁଙ୍କ ସହ କିଛି ସମୟର ବଚସା ପରେ ଛାତ୍ରୀ ଜଣଙ୍କ ରୁମ ବନ୍ଦ କରିଦେଇଥିଲେ । ରୁମ ଭିତରେ ଛାତ୍ରୀ ଜଣଙ୍କ ନିଜ ଓଢଣୀରେ ଝୁଲିଥିବା ଦେଖିଥିଲେ ଆପାର୍ଟମେଣ୍ଟ ମାଲିକ । ତେବେ ପ୍ରେମ ବ୍ୟାପାର ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ । ଇନଫୋସିସ ଥାନାରେ ପୁରୁଷ ବନ୍ଧୁ ଅଟକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe