କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବନ୍ଦ ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଯୁବତୀ ରହୁଥିବା ଭଡା ଘର ଭିତରୁ ମିଳିଲା ମୃତଦେହ । ମୃତ ଯୁବତୀ ଜଣଙ୍କ ଇଫୋସିଟି ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଶେଷ ବର୍ଷର ଛାତ୍ରୀ ସୂଚନା ।
ତେବେ ଇଫୋସିଟି ଅଞ୍ଚଳର ଏକ ଆପାର୍ଟମେଣ୍ଟ ଆଗରେ ଚିତ୍କାର କରୁଥିଲେ ଛାତ୍ରୀଙ୍କ ପୁରୁଷ ବନ୍ଧୁ । ପୁରୁଷ ବନ୍ଧୁଙ୍କ ସହ କିଛି ସମୟର ବଚସା ପରେ ଛାତ୍ରୀ ଜଣଙ୍କ ରୁମ ବନ୍ଦ କରିଦେଇଥିଲେ । ରୁମ ଭିତରେ ଛାତ୍ରୀ ଜଣଙ୍କ ନିଜ ଓଢଣୀରେ ଝୁଲିଥିବା ଦେଖିଥିଲେ ଆପାର୍ଟମେଣ୍ଟ ମାଲିକ । ତେବେ ପ୍ରେମ ବ୍ୟାପାର ନେଇ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସନ୍ଦେହ । ଇନଫୋସିସ ଥାନାରେ ପୁରୁଷ ବନ୍ଧୁ ଅଟକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/6.jpg)
/kanak/media/post_attachments/wp-content/uploads/2020/01/7-1.jpg)