କନକ ବ୍ୟୁରୋ : ନଦୀକୁ ଡେଇଁ ଯୁବତୀ ନିଖୋଜ। ଜଗତସିଂହପୁର ତିର୍ତ୍ତୋଲ ଥାନା ଅନ୍ତର୍ଗତ ମହାନଦୀର ତାରତୋଲ ପୋଲ ଉପରୁ ଯୁବତୀ ଜଣକ ନଦୀକୁ ଡେଇଁପଡିଥିଲେ । ନଦୀରେ ଯୁବତୀ ଜଣକ ନିଖୋଜ ହୋଇଯାଇଥିବା ବେଳେ ଏପର୍ୟ୍ୟନ୍ତ ଯୁବତୀଙ୍କ ପରିଚୟ ମିଳିପାରିନି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ଖୋଜା ଖୋଜି ଆରମ୍ଭ କରିଛନ୍ତି । ସେପଟେ ଅଜଣା ଯୁବତୀଙ୍କୁ ନେଇ ତିର୍ତ୍ତୋଲ ପୁଲିସ ତଦନ୍ତ ଆରମ୍ଭ କରିଛି।
ଭରା ନଈକୁ ଡେଇଁଲେ ଯୁବତୀ । ଜଗତସିଂହପୁର ତିର୍ତ୍ତୋଲ ଥାନା ତାରତୋଲ ପୋଲ ନିକଟରେ ଅଘଟଣ । ପ୍ରେମିକର ମୃତ୍ୟୁ ଖବର ଶୁଣି ମହାନଦୀକୁ ଡେଇଁପଡିଥିବା ସନ୍ଦେହ
/kanak/media/post_attachments/wp-content/uploads/2024/07/27-7.jpg)