କନକ ବ୍ୟୁରୋ : ନଦୀରେ ବୁଲୁଛି କୁମ୍ଭୀର । ଲୋକଙ୍କୁ ସଚେତନ କଲା ବନ ବିଭାଗ । କଟକ ଜିଲ୍ଲା କଂଟାପଡା ବ୍ଲକ ଦେବୀ ନଦୀରେ ଏକ ବିରାଟ କୁମ୍ଭୀର ଦେଖିବାକୁ ମିଳିଛି । ଗୋବିନ୍ଦପୁର ଥାନା ଘାଟ ନିକଟବର୍ତୀ ଅଂଚଳରେ ଏହି ୧୦ରୁ ୧୨ ଫୁଟ ଲମ୍ଭର କୁମ୍ଭୀରଟି ବାରମ୍ବାର ଦେଖିବାକୁ ମିଳୁଛି । ଏହାକୁ ନେଇ ଲୋକେ ଭୟଭିତ ହୋଇପଡିଛନ୍ତି ।
କିଛିଦିନ ତଳେ ଏନେଇ ଖବର ପ୍ରସାରଣ ହୋଇଥିଲା । ଏହାପରେ ଲୋକଙ୍କୁ ସଚେତନ କରୁଛି ବନ ବିଭାଗ । ଫୁଲନଖରା ବନାଂଚଳ ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ନଦୀକୁ ନଯିବା ପାଇଁ ସତର୍କ କରାଯାଇଛି । ଏପରିକି ଗୋବିନ୍ଦପୁର ଥାନାଠାରୁ ଝାନମଣ୍ଡଳ ମଧ୍ୟରେ କୁମ୍ଭୀରଟି ଦେଖିବାକୁ ମିଳିଥିବା ବନବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି ।