କନକ ବ୍ୟୁରୋ: ରାସ୍ତା ମଝିରେ ଓଲଟିଲା ଗ୍ୟାସ ଟ୍ୟାଙ୍କର । ପାରାଦୀପଗଡ଼ ହାତୀ ଟାଙ୍କି ନିକଟରେ ଘଟିଛି ଏଭଳି ଅଘଟଣ । ପାରାଦୀପ ଆଇଓସିଏଲରୁ ଗ୍ୟାସ ନେଇ ଟ୍ୟାଙ୍କରଟି ଝାରସୁଗୁଡ଼ା ଯାଉଥିବା ବେଳେ ହଠାତ୍ ଭାରସାମ୍ୟ ହରାଇ ଓଲଟିପଡ଼ିଛି । ଦୁର୍ଘଟଣାରେ ଗ୍ୟାସ୍ ଲିକ ହୋଇନଥିବା ବେଳେ ସତର୍କତାର ସହ ଉଠାଇବାକୁ ପ୍ରୟାସ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ମଧ୍ୟ ଉପସ୍ଥିତ ରହିଛନ୍ତି ।