ଗ୍ୟାସ ସିଲିଣ୍ଡର ଫାଟି ଉଡିଗଲା କାନ୍ଥ। ଟେବୁଲ ଫ୍ୟାନ ସର୍ଟସର୍କିଟରୁ ତହସିଲ କାର୍ଯ୍ୟାଳୟରେ ନିଆଁ।

152

କନକ ବ୍ୟୁରୋ: ଟେବୁଲ ଫ୍ୟାନ ସର୍ଟସର୍କିଟରୁ ତହସିଲ କାର୍ଯ୍ୟାଳୟରେ ନିଆଁ, ଗ୍ୟାସ ସିଲିଣ୍ଡର ଫାଟି ଉଡ଼ିଗଲା ଘରର କାନ୍ଥ। ଆହତ ହେଲେ ତହସିଲ କାର୍ଯ୍ୟାଳୟ କିରାଣୀଙ୍କ ସହ ପରିବାର ଲୋକେ।

ବୁଧବାର ବିଳମ୍ବିତ ରାତିରେ ନୟାଗଡ଼ ଭାପୁର ତହସିଲ କାର୍ଯ୍ୟାଳୟରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି। ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ କୈଳାସ ଚନ୍ଦ୍ର ଦାସ ନିଜ ସ୍ତ୍ରୀ ଓ ପିଲାଙ୍କ ସହ ଶୋଇଥିବା ସମୟରେ ଟେବୁଲ ଫ୍ୟାନ ସର୍ଟସର୍କିଟ ହେବା କାରଣରୁ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ପରେ କୈଳାସ ପରିବାର ଲୋକଙ୍କୁ ନେଇ ବାହାରକୁ ବାହାରିବା ସମୟାରେ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା। ଗ୍ୟାସ ସିଲିଣ୍ଡର ଫାଟିବା ଫଳରେ କୈଳାସଙ୍କ ସହ ତାଙ୍କ ସ୍ତ୍ରୀ ଓ ମା ଆହତ ହୋଇଥିବା ଜଣାପଡିଛି। ଖବର ପାଇଁ ଭାପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିବା ଜଣାପଡିଛି।