ମିଳିଲାନି ନିର୍ବାଚନ ପାଇଁ ଟିକେଟ, ବିଷ ପିଇଦେଲେ ଆଶାୟୀ ପ୍ରାର୍ଥୀ । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

Advertisment
ମିଳିଲାନି ନିର୍ବାଚନ ପାଇଁ ଟିକେଟ, ବିଷ ପିଇଦେଲେ ଆଶାୟୀ ପ୍ରାର୍ଥୀ । କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ସାଂସଦ

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ମିଳିଲାନି ଟିକେଟ, ଆଶାୟୀ ପ୍ରାର୍ଥୀ କଲେ ଆତ୍ମହତ୍ୟା ଉଦ୍ୟମ । ଏମିତି କିଛି ଘଟଣା ତାମିଲନାଡୁ ରାଜନୀତିରୁ ଆସିଛି । ଇରୋଡର ଏମଡିଏମକେ ସାଂସଦ ଏ ଗଣେଷମୂର୍ତ୍ତିଙ୍କୁ ଟିକେଟ ନମିଳିବା ଯୋଗୁଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି । ଦଳର ହାଇକମାଣ୍ଡ ଟିକେଟ ନଦେବା ପରେ ନିରାଶ ହୋଇ ଗଣେଷମୂର୍ତ୍ତି କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ତେବେ ସାଂସଦଙ୍କ ଚିକିତ୍ସା ଚାଲିଛି ଓ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe